ଜୁନାଗଡ଼: ବ୍ୟାଣ୍ଡପାର୍ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୨ ମୃତ, ୨୪ ଆହତ

ଜୁନାଗଡ଼/କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍‌ ଅନ୍ତର୍ଗତ କାଲୋପଲା ଛକ ନିକଟରେ ଏକ ବ୍ୟାଣ୍ଟପାର୍ଟି ଗାଡ଼ି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଛି। ଏହି ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହାତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ମୁଖୀଗୁଡ଼ା ଅଞ୍ଚଳର ଏକ ବ୍ୟାଣ୍ଡପାର୍ଟି ଜୁନାଗଡ଼ ଅଞ୍ଚଳକୁ ବ୍ୟାଣ୍ଡ ବଜାଇବା ପାେଇଁ ଆସି ଆଜି ଭୋର ଭୋରରୁ ଗାଁକୁ ଫେରୁୁଥିଲେ। ଏହି ସମୟରେ ବ୍ୟାଣ୍ଡପାର୍ଟିକୁ ନେଇ ଯାଉଥିବା ମିନିଟ୍ରକ୍‌ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨୪ ଜଣ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଛି। ସେ ହେଉଛନ୍ତି ମୁଖୀଗୁଡ଼ା ନିକଟସ୍ଥ ମହିପାଣି ଗ୍ରାମର ଜି ଚଣ୍ଡି( ୫୦ ବର୍ଷ) ଓ ସେ ଜଣେ ଟେଣ୍ଟ ହାଉସ୍‌ର ମାଲିକ। ଆହତମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର