ଯାଜପୁର: ଦୁଇ ଟ୍ରକ ମଧ୍ୟରେ ଧକ୍କା, ଜଣେ ଡ୍ରାଇଭର ମୃତ

ରଗଡ଼ି( ଯାଜପୁର): ଗତକାଲି ରାତିରେ ଯାଜପୁର ଜିଲ୍ଲା କୋରେଇ ଥାନା ତଳଗଡ଼ ପଞ୍ଚାୟତ ଅଫିସ ସମ୍ମୁଖରେ ୨୦ ନମ୍ବର ଜାତୀୟ ରାଜପଥରେ ଏକ କୋଇଲା ବୋଝେଇ ଟ୍ରକ୍‌ ପଛରେ ଅନ୍ୟଏକ ଟ୍ରକ୍‌ ପିଟି ହୋଇଛି। ଫଳରେ ପଛ ଟ୍ରକ୍‌ର ଡ୍ରାଇଭର ଗାଡ଼ିରେ ଚାପି ହୋଇ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଓଆ୦୫ ଏଫ୍‌ ୧୭୮୧ ନମ୍ବର ବିଶିଷ୍ଟ ଏକ ଟ୍ରକ୍‌ କୋଇଲା ବୋଝେଇ କରି ଯାଜପୁରରୁ କେନ୍ଦୁଝରକୁ ଯାଉଥିବା ବେଳେ ତାଙ୍କୁ ପଛପଟି ଓଡି ୦୯ ଜେ ୨୮୫୩ଟ୍ରକ୍‌ଟି ଧକ୍‌କା ଦେଇଥିଲା। ଫଳରେ ଧକ୍କା ଦେଇଥିବା ଟ୍ରକ୍‌ର ଡ୍ରାଇଭର ସଞ୍ଜୟ ସ୍ୱାଇଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ପୁଲିସ ଟ୍ରକ୍‌ ଦୁଇଟିକୁ ଜବତ କରିବା ସହିତ ଡ୍ରାଇଭର ଶ୍ରୀ ସ୍ୱାଇଁଙ୍କ ମୃତଦେହ ବ୍ୟବଛେଦ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର