କମ୍ପାନୀରୁ ଫେରିବାବେଳେ ଧକ୍କା ଦେଲା କ୍ରୋମାଇଟ ବୋଝେଇ ଟ୍ରକ, ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ

ଢେଙ୍କାନାଳ: ପରଜଙ୍ଗ ଥାନା ଅନ୍ତର୍ଗତ କୁନାଲ କମ୍ପାନୀ କ୍ୟାମ୍ପ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି | ଚଣ୍ଡିଖୋଲ ଅଞ୍ଚଳର ଏକ କ୍ରୋମାଇଟ ବୋଝେଇ ଟ୍ରକ (ଓଡି ୦୪ ଏଲ ୯୫୮୫) କାଳିଆପାଣିରୁ କ୍ରୋମାଇଟ ଧରି ଶ୍ୟାମ ମେଟାଲିକ ସମ୍ବଲପୁର ଅଭିମୁଖେ ଯିବା ସମୟରେ ପରଜଙ୍ଗ ଥାନା ଅନ୍ତର୍ଗତ କୁନାଲ କମ୍ପାନୀ ନିକଟରେ ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା |

ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି | ମୃତ ବ୍ୟକ୍ତିଙ୍କ ନାମ ଆର୍ତବନ୍ଧୁ ବିଶ୍ୱାଳ ହୋଇଥିବାବେଳେ ତାଙ୍କ ଘର ବାରିହାପୁର ଗ୍ରାମରେ ବୋଲି ଜଣାପଡିଛି | ସେ ତାଳଚେର ହିଙ୍ଗୁଳା ଓପନ କାଷ୍ଟ କୋଇଲା ଖଣିରେ କର୍ମଚାରୀ ଥିଲେ | କାର୍ଯ୍ୟରୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି |

ଘଟଣାସ୍ଥଳରେ ପରଜଙ୍ଗ ପୁଲିସ ପହଞ୍ଚି ଟ୍ରକକୁ ଜବତ କରିବା ସହିତ ଚାଳକକୁ ଗିରଫ କରିଥିବାର ସୂଚନା ଦେଇଛନ୍ତି ଥାନା ଅଧିକାରୀ ଶ୍ରୀ ସୈାଭାଗ୍ୟ କୁମାର ସ୍ୱାଇଁ ।

ସମ୍ବନ୍ଧିତ ଖବର