ଦେବଗଡ଼ : ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଖୁଲୁଣ୍ଡିକୁଦର ଗ୍ରାମ ନିକଟରେ ଆଜି ଦୁଇ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଡ୍ରାଇଭର୍ଙ୍କ ମୃତ୍ୟୁ ହୋଇଯାଇଛି । ସୁନ୍ଦରଗଡ଼ ଜିଲ୍ଲାର ବଣେଇ ପଟୁ ବାରକୋଟ ଅଭିମୁଖେ ଆସୁଥିବା ଟ୍ରକ୍ (ଓଡି୨୩ଏ-୭୩୭୧) ସହିତ ବିପରୀତ ଦିଗରୁ ଆସୁଥିବା ଟ୍ରକ୍ (ଓଡି୧ୟୁ-୧୬୦୦) ମଧ୍ୟରେ ୨୩ ନଂ ଜାତୀୟ ରାଜପଥର ଖୁଲୁଣ୍ଡିକୁଦର ଗ୍ରାମ ନିକଟରେ ମୁହଁମୁହିଁ ଧକ୍କା ହୋଇଥିଲା।
ଖବରପାଇ ବାରକୋଟ ଥାନା ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଟ୍ରକରେ ଚାପି ହୋଇରହିଥିବା ଡ୍ରାଇଭର୍ ମିଥିଲେସ ରାୟ (୫୫)ଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବାରକୋଟ ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ସଂକଟାନାପନ୍ନ ହେବାରୁ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମିଥିଲେସଙ୍କ ଘର ବିହାରରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/WhatsApp-Image-2021-03-02-at-22.06.17.jpeg)