ଜୟପୁର: ଟିପରର ଡାଲା ଉପର ପର୍ଯ୍ୟନ୍ତ ଖୁଲାରେ ଚୂନ ମାଟି ଚାଲାଣ ହେଉଛି। ଏହି ଚୂନ ମାଟି ଜୟପୁର ବୋରିଗୁମ୍ମା ରାସ୍ତା ଦେଇ ନିଆଯାଉଥିବା ଦେଖିବାକୁ ମିଳିଥିଲା। ଡାଲାର ଉପରଭାଗ ଖୁଲା ରହିଥିବାରୁ ଚୂନ ମାଟି ଅଚାନକ ଖସି ପଡ଼ିଥିଲା। ଟିପରର ପଛରେ ଆସୁଥିବା ଗୋଟିଏ କାରର କାଚରେ ଚୂନ ମାଟି ପଡ଼ିବା ଫଳରେ ଚାଳକ ଜଣକ କିଛି ଦେଖି ପାରି ନଥିଲେ ଏବଂ ସମ୍ମୁଖରେ ଆସୁଥିବା ଗୋଟିଏ ବାଇକକୁ ଧକ୍କା ଦେବା ସହ ରାସ୍ତା ପାର୍ଶ୍ବକୁ କାରଟି ଖସି ପଡ଼ିଥିଲା। ଏଥିରେ କାର ଚାଳକ ଓ ବାଇକରେ ଯାଉଥିବା ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି।

Advertisment

ସୂଚନା ଅନୁଯାୟୀ, ଆଜି ଦିନ ଗୋଟାଏ ବେଳେ ଜୟପୁରରୁ ବୋରିଗୁମ୍ମା ପଟକୁ ଟିପରରେ ଚୂନ ମାଟି ଡାଲାର ଉପରଭାଗ ପର୍ଯ୍ୟନ୍ତ ଯାଉଥିଲା। ଡାଲା ଖୋଲା ରହିଥିବାରୁ ଏହି ଚୂନ ମାଟିର ଗୋଟିଏ ଠେଲା ଅଚାନକ ଭାବେ ତଳକୁ ଖସି ପଡ଼ିଥିଲା। ରଣ୍ଡାପାଲ୍ଲୀ ନିକଟରେ ଟିପରର ପଛରେ ଯାଉଥିବା କାରର କାଚରେ ପଡ଼ିବା ସହ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସମ୍ମୁଖରେ ଆସୁଥିବା ଗୋଟିଏ ବାଇକକୁ ଧକ୍କା ଦେବା ସହ କାରଟି ରାସ୍ତା ପାର୍ଶ୍ବକୁ ଖସି ପଡ଼ିଥିଲା। ଏଥିରେ ବାଇକରେ ବସି ଆସୁଥିବା ୨ଜଣ ଓ କାର ଚାଳକ ସାମାନ୍ୟ ଆହତ ହୋଇଥିଲେ। କାରଟି ଜମି ମଧ୍ୟକୁ ଖସି ପଡ଼ିବା ସହ ଯନ୍ତ୍ରାଂଶ ଗୁଡିକ ଭାଙ୍ଗିଯାଇଥିଲା। ପୁଲିସ ଓ ପ୍ରଶାସନ ଏଭଳି ଗାଡ଼ି ଗୁଡିକର ଯାଂଚ କରି ଆଇନଗତ ପଦକ୍ଷେପ ନେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।