ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ପାଇକସାହି: ଅନୁଗୁଳ ଜିଲ୍ଲା ପାଇକସାହିର ଠାକୁରଗଡ଼ ଥାନା ଘୋଡାବାନ୍ଧୁଣୀ ରାସ୍ତା ଛକ ଠାରେ ବାଇକରୁ ଖସି ପଡ଼ି ଘଣାଝରୀ ଗ୍ରାମର ପ୍ରତିମା ସାହୁ ନାମକ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଏନେଇ ପ୍ରତିମାଙ୍କ ଭାଇ ଡଙ୍ଗାଧର ଗ୍ରାମର ଦେବରାଜ ବାଘ ଥାନାରେ ଶନିବାର ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏ ସଂକ୍ରାନ୍ତରେ ନମ୍ବର ୬୮/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ପୁଲିସ ସୂତ୍ରରୁ ପ୍ରକାଶ, ପ୍ରତିମା ଦେବରାଜ ଘରକୁ ବୁଲିବାକୁ ଆସିଥିଲେ। ଜୁନ୍‌ ୨୮ରେ ରାଣିବନ୍ଧ ଗ୍ରାମର ଶୁକଦେବ ନାୟକ ତାଙ୍କ ବାଇକ ନମ୍ବର (ଓଡି-୦୫-ଓ୍ଵାଇ-୦୨୨୯) ଯୋଗେ ଡଙ୍ଗାଧର ଗ୍ରାମର ରାଣିବନ୍ଧ ଅଭିମୁଖେ ଯାଉଥିଲେ। ପ୍ରତିମା ତାଙ୍କ ବାଇକରେ ବସି ଘଣାଝରୀ ଅଭିମୁଖେ ଯାଉଥିବା ବେଳେ ଘୋଡାବାନ୍ଧୁଣୀ ରାସ୍ତାଛକ ଠାରେ ଖସି ପଡ଼ିଥିଲେ। ପ୍ରତିମାଙ୍କ ମୁଣ୍ଡରେ ଆଘାତ ଲାଗିବା ସହ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ଜୁଲାଇ ୯ ତାରିଖରେ ମୃତ୍ୟୁ ହୋଇଥିବା ଅଭିଯୋଗ ପତ୍ରରେ ଦର୍ଶା ଯାଇଛି।

ସମ୍ବନ୍ଧିତ ଖବର