ଟ୍ରକ୍‌ ଓ ଅଟୋ ମୁହାଁମୁହିଁ ଧକ୍କା, ଚାଳକ ସମେତ ୫ଯାତ୍ରୀ ଗୁରୁତର

ଅନୁଗୁଳ: ଅନୁଗୁଳ ନିକଟସ୍ଥ ବଡକେରା ଛକ ନିକଟରେ ରବିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବଡକେରାରୁ ଆସୁଥିବା ଟ୍ରକ୍‌ ଓ ସାକୁସିଙ୍ଘାରୁ ଆସୁଥିବା ଅଟୋ ମୁହାଁମୁହିଁ ଧକ୍କା ହୋଇଥିଲେ। ଫଳରେ ଅଟୋ ଚାଳକ ସମେତ ଏଥିରେ ବସିଥିବା ଗୋଟିଏ ପରିବାରର ୫ଜଣ ଗୁୁରୁତର ଆହତ ହୋଇଥିଲେ। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଆସି ଗୁରୁତରଙ୍କୁ ସହାଯ୍ୟ କରିଥିଲେ ଓ ପୁଲିସକୁ ଖବର ଦେଇଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେବା ପାଇଁ ବନ୍ଦୋବସ୍ତ କରିଥିଲା।

ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅଟୋରେ ଥିବା ଯାତ୍ରୀଙ୍କ ନାମ ଚନ୍ଦ୍ରିକା ଦେହୁରି, ଶୁଭମଜ୍ୟୋତି ଦେହୁରି, ଜନାର୍ଧନ ଦେହୁରି, ସତ୍ୟମ ଜ୍ୟୋତି ଦେହୁରି, ଜୀବନ ଜ୍ୟୋତି ଦେହୁରି। ଅଟୋ ଚାଳକ ଖିରୋଦ ପ୍ରସାଦ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଅନ୍ୟ ୫ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି। ଏମାନଙ୍କ ମଧ୍ୟରୁ ୪ଜଣ ଅବସ୍ଥା ଗୁରୁତର ଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର