ସ୍କୁଲରୁ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା, ବାପା ଓ ଭାଇ ଆଗରେ ଚାଲିଗଲା ଝିଅର ଜୀବନ

ଅନୁଗୁଳ: ଅନୁଗୁଳ ପଞ୍ଚମହଲା ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏକ ସ୍କୁଟି ଭାରସାମ୍ୟ ହରାଇବା ହେତୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକ ନାମ ଜ୍ୟୋର୍ତିମୟୀ ପ୍ରିୟଦର୍ଶନୀ ନାଏକ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ପୁଅ ସୌମ୍ୟରଞ୍ଜନ ନାଏକ ଓ ଝିଅ ଜ୍ୟାର୍ତିମୟୀ ପ୍ରିୟଦର୍ଶନୀ ନାଏକ ଆଦର୍ଶ ସ୍କୁଲରେ ପାଠପଢ଼ନ୍ତି। ଆଜି ବାପା ବଣବିହାରୀ ନାଏକ ପୁଅ ସୌମ୍ୟରଞ୍ଜନ ନାଏକ ଓ ଝିଅ ଜ୍ୟାର୍ତିମୟୀ ପ୍ରିୟଦର୍ଶନୀ ନାଏକଙ୍କୁ ସ୍କୁଲ ଛୁଟି ହେବା ପରେ ଏକ ସ୍କୁଟିରେ ନେଇ ଘରକୁ ଫେରୁଥିଲେ। ଏହି ସମୟରେ ପଞ୍ଚମହଲା ନିକଟରେ ସ୍କୁଟିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଦୁର୍ଭାଗ୍ୟବଶତଃ ଦୁର୍ଘଟଣାସ୍ଥଳରେ ୮ବର୍ଷ ଝିଅ ଜ୍ୟାର୍ତିମୟୀ ପ୍ରିୟଦର୍ଶନୀ ନାଏକର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରୁ ପୁଅ ସୌମ୍ୟରଞ୍ଜନ ଓ ବାପା ବଣବିହାରୀଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

ସମ୍ବନ୍ଧିତ ଖବର