ବାବାମଣି ବସରେ ବସିଥିବା ୭ବର୍ଷ ବାଳକ ତଳକୁ ଖସି ପଡ଼ିଲା, ବସ୍‌ ଚକାତଳେ ଚାପି ହେବାରୁ ଉଡିଗଲା ପ୍ରାଣବାୟୁ

କଟକ: କଟକ ଜିଲ୍ଲା ଜଗତପୁର ନିକଟରେ ବସ୍‌ ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ଜଣ ଏଥିରେ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ବୟସ ୭ ବର୍ଷ ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଜଗତପୁର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଚଣ୍ଡିଖୋଲରୁ କଟକ ଅଭିମୁଖେ ଯାଉଥିବା ବାବାମଣି ନାମକ ଏକ ଘରୋଇ ବସ୍‌ କଟକ ଜିଲ୍ଲା ଜଗତପୁରର ଖଇରା ନାଳ ପୋଲ ପୋଲ ଉପରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ଧକ୍କା ଦେଇଥିଲା। ଫଳରେ ବସର ଆଗ କାଚ ଭାଙ୍ଗି ଯାଇଥିଲା ଏବଂ କ୍ୟାବିନ୍‌ରେ ବସିଥିବା ଜଣେ ବାଳକ ବସ ଭିତରୁ ଛିଟିକି ତଳେ ପଡ଼ି ଯାଇଥିଲା। ଏବଂ ବସ୍‌ଟି ଆଗକୁ ଗଡ଼ି ଯିବା ହେତୁ ଉକ୍ତ ବାଳକ ଉପରେ ମାଡି ଯାଇଥିଲା। ଘଟଣାସ୍ଥଳରେ ଉକ୍ତ ବାଳକଟିର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର