ବୈପାରିଗୁଡା: ଟିପର୍ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଅଟୋ ଚାଳକ ଏବଂ ତାଙ୍କ ସମ୍ପର୍କୀୟ ଗୁରୁତର ଭାବେ ଆହତ ହୋଇ ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଘଟଣା ଅନୁଯାୟୀ, କୋରାପୁଟ ଜିଲ୍ଲା ବୈପାରଗଡ଼ା ନନ୍ଦପୁରରୁ ତ୍ରିନାଥ ଖରା (୩୪) ନିଜ ସମ୍ପର୍କୀୟଙ୍କ ଘର ଖାଡୁପଦର ଠାରେ ଏକ ଭୋଜି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଥିଲେ। ଭୋଜି ସାମଗ୍ରୀ କିଛି କିଣିବା ପାଇଁ ଏକ ଅଟୋ (ଓଡି ୧୦ଇ ୩୮୫୩) ଯୋଗେ ବୈପାରିଗୁଡା ତ୍ରିନାଥ ଏବଂ ତାଙ୍କ ସଂପର୍କୀୟ ଦିପକ ହରିଜନ (୨୫) ଆସି ଖାଡୁପଦର ଫେରିବା ବେଳକୁ ଗୈାଡଗୁଡା ଛକ ଠାରେ ଏକ ଟିପର୍ (ଓଡି ୧୦-୭୦୭୮) ସହ ମୁହାଁମୁହିଁ ଧକ୍କା ହୋଇଥିଲା।
ଫଳରେ ଦୁହେଁ ଗୁରୁତର ଭାବେ ଆହତ ହୋଇଛନ୍ତି। ପଥଚାରୀ ମାନେ ଆହାତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦୀପକଙ୍କ ମୁହଁ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ବେଳେ ତ୍ରିନାଥଙ୍କ ମୁଣ୍ଡ ଫାଟିବା ସହ ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/WhatsApp-Image-2022-05-15-at-8.25.23-PM.jpeg)