ଗଛରେ ଧକ୍କା ଖାଇଲା ବାଇକ୍‌, ଦୁଇ ମୃତ

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା କାନୁଟ୍‌ ତଅଲା ଛକ ନିକଟରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଗଛରେ ଏକ ବାଇକ୍‌ ପିଟି ହୋଇ ଯିବାରୁ ଘଟଣାସ୍ଥଳରେ ବାଇକ୍‌ ଆରୋହୀଙ୍କ ସମେତ ଜଣଙ୍କର ମୃତ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ବିଛୁବାହାଳିର ଗାନ୍ଧିରାମ ବାଗ ଓ ପଣ୍ଡିଜୋର ଗାଁର ବୁଲୁ ବାଗ ଆଜି ଅପରାହ୍ନରେ ବାଇକରେ କୌଣସି କାମରେ ବେଲପଡ଼ା ଯାଇଥିଲେ। ଏଠାରୁ କାମ ସାରି ଫେରୁଥିବା ବେଳେ କାନୁଟ୍‌ ତଅଲା ଛକରେ ସେମାନଙ୍କ ବାଇକ୍‌ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ଏହି ଧକ୍କା ଏତେ ଶକ୍ତ ଥିଲା ଯେ ଘଟଣାସ୍ଥଳରେ ବାଇକ୍‌ ଆରୋହୀଙ୍କ ସମେତ ବାଇକ୍‌ରେ ବସିଥିବା ଅନ୍ୟ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ସମ୍ପର୍କରେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର