ସାଙ୍ଗସାଥୀ ଧରି ରଜରେ ବୁଲିବାକୁ ଯାଇଥିଲେ, ସଡ଼କ ଦୁର୍ଘଟଣାରେ ହେଲା ମୃତ୍ୟୁ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଗଛମାଳିଆ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଜଣେ ମୃତକଙ୍କ ନାମ ଭକ୍ତବନ୍ଧୁ ସିଂହ ଓ ଅନ୍ୟ ଦୁଇ ମୃତକଙ୍କ ପରିଚୟ ମିଳିପାରି ନାହିଁ।

ସୂଚନାଯୋଗ୍ୟ, ଆଜି ରଜ ପର୍ବ। ରଜ ଉପଲକ୍ଷେ ସାଙ୍ଗମାନେ ସାଥୀ ହୋଇ ବୁଲିବାକୁ ବାହାରିଥିଲେ। ଏହି ସମୟରେ ଭକ୍ତବନ୍ଧୁ ସିଂହ ଓ ସଦାନନ୍ଦ ଦାସ ଏକ ସ୍କୁଟିରେ ଯାଉଥିଲେ। ସେମାନଙ୍କ ବୀପରିତ ପାର୍ଶ୍ୱରୁ ଆସୁଥିବା ଏକ ପଲସର ସହିତ ଦୁହିଁଙ୍କ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ତିନିଜଣଙ୍କ ମୃତ୍ୟୁ ହୋଇଥିଲା। ମୃତ ଭକ୍ତବନ୍ଧୁ ସିଂହଙ୍କ ବୟସ ୧୯ ବର୍ଷ ଥିବା ବେଳେ ସେ ଚଳିତ ବର୍ଷ ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଦେଇ ସେଥିରେ ଉର୍ତ୍ତୀର୍ଣ୍ଣ ହୋଇଥିଲେ। ଗୁରୁତର ଥିବା ସଦାନନ୍ଦଙ୍କ ବୟସ ୧୮ବର୍ଷ । ସେ ଫକୀରମୋହ କଲେଜର କମର୍ସ ଛାତ୍ର। ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍କୁଟି ନମ୍ବର ଓଡି୦୧ପି୩୭୯୯ ଓ ପଲସର ନମ୍ବର ଓଡି୦୧ଓ୍ଵାଇ୩୩୭୯ ବୋଲି ଜଣାପଡ଼ିଛି। ପଲସରରେ ଆସୁଥିବା ଦୁଇଜଣ ବ୍ରାହ୍ମପୁରର ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର