ବାଲିଗୁଡା: କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଜକିକିଆ ଗାଁ ନିକଟ ୫୯ନମ୍ବର ଜାତୀୟ ରାଜପଥରେ ସୋମବାର ଅପରାହ୍ନ ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବାପ- ଝିଅଙ୍କ ଘଟଣାସ୍ଥଳରେ ମୃତ୍ୟୁ ହେବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତ ପିତାଙ୍କ ନାମ ବିପ୍ରବର ସାହୁ ଓ ଝିଅ ନାମ ବାସନ୍ତୀ ସାହୁ ବୋଲି ଜଣାପଡ଼ିଛି। ଖବର ପାଇ ବାଲିଗୁଡା ଥାନା ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛି।
ପ୍ରକାଶିତ ରିପୋର୍ଟ ମୁତାବକ, ଗୋଟିଏ ବାଇକ୍ରେ ଆଜି ବାପ ବିପ୍ରବର ସାହୁ ଓ ଝିଅ ବାସନ୍ତୀ ସାହୁ କୌଣସି କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ ହଠାତ ବିପରୀତ ଦିଗରୁ ଆସୁଥିବା ଆଉ ଗୋଟେ ବାଇକ୍ ଉକ୍ତ ବାପ-ଝିଅକୁ ଧକ୍କା ଦେଇଥିଲା। ଏହି ଧକ୍କାରେ ବାପ-ଝିଅ ବାଇକ୍ରୁ ତଳକୁ ପଡ଼ି ଯାଇଥିଲେ। ଫଳରେ ଘଟଣାସ୍ଥଳରେ ବାପ ଓ ଝିଅଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଦ୍ରୁତଗତିରେ ବାଇକ୍ଟି ଥିବାରୁ ଏଭଳି ଦୁର୍ଘଟଣାରେ ଘଟିଥିବା ସ୍ଥାନୀୟଲୋକଙ୍କ ପକ୍ଷରୁ ପ୍ରକାଶ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/BlueStacks_ScreenShot.jpg)