ବାଲିଶଙ୍କରା: ଆଜି ସକାଳୁ ଚନସରା ଥାନା ଶାଗବାହାଲ ନିକଟ ଛାପଲରେ ଏକ ପିକଅପ (ଓଡି ୧୬ ଏ- ୦୪୧୯) ଭାରସାମ୍ୟ ହରାଇ ରାସ୍ତାକଡ ଗଛକୁ ପିଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ, ଗାଡିଟି ଭାଙ୍ଗି ଚୂରମାର ହୋଇଯାଇଛି।

Advertisment

ଘଟଣାସ୍ଥଳରେ ହିଁ ଚାଳକଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ହେଲେ ଶାଗଵାହାଲ କହ୍ନାଇଘରା ଗାଁର ଚକ୍ରଧର ସାଏ। ଗାଡିଟି ଶାଗବାହଲରୁ ତଳସରା ଯାଉଥିଲା। ଖବର ପାଇ ବନଡେଗା ଫାଣ୍ଡି ପୁଲିସ ଦୁର୍ଘଟଣା ସ୍ଥାନରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।