ଆନନ୍ଦପୁର: ଶୁକ୍ରବାର ଅପରାହ୍ନରେ ଆନନ୍ଦପୁର ଉପଖଣ୍ଡ ୨୦ ନମ୍ବର ଜାତୀୟ ରାଜପଥ ବରପଦା ବଜାର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା।
ସୂଚନାଯୋଗ୍ୟ, ରାମଚନ୍ଦ୍ରପୁର ଥାନା ହରିପୁର ଗାଁର କୀର୍ତ୍ତନ ନାଥ କେନ୍ଦୁଝରରୁ ନିଜ ନାତି କେଶବ ପାଗଳ ସହିତ ବାଇକ ଯୋଗେ ଘରକୁ ଫେରୁଥିଲେ। ଘର ଠାରୁ ପ୍ରାୟ ୫ କିଲୋମିଟର ପୂର୍ବରୁ ବରପଦା ବଜାର ନିକଟରେ ଗୋଟିଏ ଚାଉଳ ବୋଝେଇ ଟ୍ରକ ଦ୍ରୁତଗତିରେ ଆସି ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ଅଜା ବାଇକ ଉପରୁ ନିଜର ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲେ। ସ୍ଥାନୀୟଲୋକ ଅଜା ଓ ନାତି ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ମେଡିକାଲକୁ ନେଇଥିଲେ।
ମେଡିକାଲରେ ଡାକ୍ତର ଅଜା ଓ ନାତି ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ। ରାମଚନ୍ଦ୍ରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହିତ ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Presentation1-5.jpg)