ବାଇକରେ ଯାଉଥିବା ବେଳେ ଧକ୍କା ଦେଲା ଚାଉଳ ବୋଝେଇ ଟ୍ରକ: ଘଟଣାସ୍ଥଳରେ ଉଡ଼ିଗଲା ଅଜା ଓ ନାତିଙ୍କ ପ୍ରାଣବାୟୁ

ଆନନ୍ଦପୁର: ଶୁକ୍ରବାର ଅପରାହ୍ନରେ ଆନନ୍ଦପୁର ଉପଖଣ୍ଡ ୨୦ ନମ୍ବର ଜାତୀୟ ରାଜପଥ  ବରପଦା ବଜାର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା।

ସୂଚନାଯୋଗ୍ୟ, ରାମଚନ୍ଦ୍ରପୁର ଥାନା ହରିପୁର ଗାଁର କୀର୍ତ୍ତନ ନାଥ କେନ୍ଦୁଝରରୁ ନିଜ ନାତି କେଶବ ପାଗଳ ସହିତ ବାଇକ ଯୋଗେ ଘରକୁ ଫେରୁଥିଲେ। ଘର ଠାରୁ ପ୍ରାୟ ୫ କିଲୋମିଟର ପୂର୍ବରୁ ବରପଦା ବଜାର ନିକଟରେ ଗୋଟିଏ ଚାଉଳ ବୋଝେଇ ଟ୍ରକ ଦ୍ରୁତଗତିରେ ଆସି ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ଅଜା ବାଇକ ଉପରୁ ନିଜର ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲେ। ସ୍ଥାନୀୟଲୋକ ଅଜା ଓ ନାତି ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ମେଡିକାଲକୁ ନେଇଥିଲେ।

ମେଡିକାଲରେ ଡାକ୍ତର ଅଜା ଓ ନାତି ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ। ରାମଚନ୍ଦ୍ରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହିତ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର