ଭଞ୍ଜନଗର: ଭଞ୍ଜନଗର ଥାନା ଅଧୀନ ଦଶପଲ୍ଲା ରାସ୍ତାର ବେଣାକୁନ୍ଦା ଛକ ନିକଟରେ ଟିପ୍ପର ସହ ଧକ୍କା ହୋଇ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଵେଣାକୁନ୍ଦା ଗ୍ରାମର ପାଣ୍ଡବ ଗନ୍ତାୟତ(୫୦)।

Advertisment

ସୂଚନାଯୋଗ୍ୟ, ପାଣ୍ଡବ ନିଜ ସାଇକେଲ ଯୋଗେ ଗ୍ରାମରୁ ବାହାରି ମୁଖ୍ୟ ରାସ୍ତାକୁ ଯାଉଥିବା ବେଳେ ଭଞ୍ଜନଗର ପଟୁ ଆସୁଥିବା ଏକ ଟିପ୍ପର୍ ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ପାଣ୍ଡବଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା। ତୁରନ୍ତ ପାଣ୍ଡବଙ୍କୁ ମେଡିକାଲ୍ ନିଆଯାଇ ଚିକିତ୍ସା କରାଯାଇଥିଲା। ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିବା ପାଇଁ ଡାକ୍ତର କହିଥିଲେ। ଏହାପରେ ବ୍ରହ୍ମପୁର ନେବା ପାଇଁ ପରିବାର ଲୋକେ ପ୍ରସ୍ତୁତ ହେବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏନେଇ ଥାନାରେ କେଶ୍ ନମ୍ବର ୫୭୦/୨୦ ରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ପୁଲିସ ଦୁର୍ଘଟଣା ଘଟାଇଥିବା ଟିପ୍ପରକୁ ଜବତ କରିବା ସହ ଚାଳକକୁ ଥାନାରେ ଅଟକ ରଖିଛି।।