ଅଜଣା ବୋଲେରୋ ଧକ୍କାରେ ଭାଇଭଉଣୀ ଗୁରୁତର

ଛତ୍ରପୁର: ବୁଧବାର ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକର ଆରର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ସାନ ଆରର୍ଯ୍ୟପଲ୍ଲୀ ଛକ ଠାରେ ଏକ ଅଜଣା ବୋଲରୋ ଧକ୍କାରେ ଭାଇ ଭଉଣୀ ଗୁରୁତର ଆହାତ ହୋଇଛନ୍ତି । ଆହତ ଭାଇ-ଭଉଣୀ ଦୁହିଁଙ୍କ ନାମ ମମତା ନାୟକ(୨୦) ଓ ରବୀନ୍ଦ୍ର ନାୟକ (୧୬) ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ଆରର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ସାନ ଆରର୍ଯ୍ୟପଲ୍ଲୀ ଛକ ଠାରେ ମମତା ଓ ରବୀନ୍ଦ୍ର ଘରକୁ ଯାଉଥିବା ବେଳେ ଏକ ଅଜଣା ବୋଲରୋ ସେମାନଙ୍କୁ ଧକ୍କା ଦେଇଥିଲା । ବୋଲରୋ ଧକ୍କାରେ ଭାଇ ଭାଉଣୀ ଦୁଇ ଜଣ ରାସ୍ତାରେ ଛିଟିକି ପଡିଥିଲେ । ଏହି ଦୁର୍ଘଟଣା ଘଟାଇବା ପରେ ବୋଲରୋ ଚାଳକ ଗାଡ଼ି ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।

ସ୍ଥାନୀୟଲୋକ ଦୁର୍ଘଟଣାସ୍ଥଳକୁ ଦୌଡ଼ି ଆସି ସଙ୍ଗେସଙ୍ଗେ ଗୁରୁତର ଭାଇ ଓ ଭଉଣୀଙ୍କୁ ସେଠାରୁ ଉଦ୍ଧାର କରି ଛତ୍ରପୁର ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥି‌ଲେ। ଉକ୍ତ ବୋଲରୋକୁ ଧରିବା ପାଇଁ ସାଧାରଣରେ ଦାବି ହୋଇଛି ।

ସମ୍ବନ୍ଧିତ ଖବର