ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡା-ଛେଣ୍ଡିପଦା ରାସ୍ତାରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଜରପଡା ଥାନା ନାଉପଦା ଗ୍ରାମର ଜଣେ ଯୁବକଙ୍କ ବାଇକ ଦୁର୍ଘଟଣାରେ ମତ୍ୟୁ ହୋଇଛି। ମୃତକଙ୍କ ନାମ ଟିଟେଶ୍ୱର ପ୍ରଧାନ(୪୦) ବୋଲି ଜଣାପଡ଼ିଛି।

Advertisment

ସୂଚନାଯୋଗ୍ୟ, ଆଜି ଓଡ଼ି-୧୯-ଆର-୨୪୧୨ ନମ୍ବର ବାଇକରେ ଟିଟେଶ୍ୱର ପ୍ରଧାନ ଘରୁ ତେଣ୍ଟୁଲୋଇ ଦେଇ ନିଶାସ୍ଥିତ ମୋନେଟ କମ୍ପାନିକୁ ଯାଉଥିଲେ। ଯିବାବାଟରେ କୁମ୍ଭୀରା ନାଳ ନିକଟରେ ତାଙ୍କର ବାଇକ୍ ଏକ କୁକୁର ସହ ଧକ୍କା ହୋଇଥିଲା। ଫଳରେ ସେ ଭରସାମ୍ୟ ହରାଇ ବାଇକରୁ ଛିଟିକି ପଡ଼ି ରାସ୍ତାକଡ଼ ପିଲରରେ ବାଡେଇ ହୋଇଯାଇଥିଲେ। ଏହି ଦୁର୍ଘଟଣାରେ ଟିଟେଶ୍ୱର ପ୍ରଧାନଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।

ଛେଣ୍ଡିପଦା ପୁଲିସ ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକ ଜବତ କରି ତଦନ୍ତ ଆରମ୍ଭ କରିଛି। ମୃତକ ଟିଟେଶ୍ୱର ମୋନେଟ କମ୍ପାନିରେ ସିକ୍ୟୁରିଟି ଭାବେ କାର୍ଯ୍ୟରତ ଥିଲେ।