ଟ୍ରକ୍‌ ଧକ୍କାରେ ଛାତ୍ରୀ ଗୁରୁତର, ପ୍ରତିବାଦରେ କଟକ ଚାନ୍ଦବାଲି ରାସ୍ତା ରୋକ କଲେ ଛାତ୍ରଛାତ୍ରୀ

କେନ୍ଦ୍ରାପଡା: କଟକ-ଚାନ୍ଦବାଲି ରାସ୍ତାର ଅନୁଆପଡା ଛକରେ ମଙ୍ଗଳବାର ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଛାତ୍ରୀଙ୍କୁ ଟ୍ରକ ଧକ୍କା ଦେଇଥିଲା।  ଫଳରେ ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।ପ୍ରତିବାଦରେ ଛାତ୍ରଛାତ୍ରୀ କଟକ ଚାନ୍ଦବାଲି ରାସ୍ତା ରୋକ କରିଛନ୍ତି । ଗୁରୁତର ଛାତ୍ରୀ ହୃଦୟାନନ୍ଦ ନାୟକ ସ୍ମାରକୀ ମହାବିଦ୍ୟାଳୟ (ଚାନ୍ଦୋଳ)ର ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର