ଦଶପଲ୍ଲା: ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ବୁଗୁଡା ଟାକରା ମଧ୍ୟସ୍ଥଳ ଖରଡାପିଟା ଘାଟି ନିକଟରେ ବିଳମ୍ବିତ ରାତି ୩ଟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି | ଏକ ଟ୍ରଲର ପଛରେ ଯାତ୍ରୀବାହି ଟ୍ରାଭେଲର ଧକ୍କା ଦେଇଛି |
ଏହି ଦୁର୍ଘଟଣାରେ ଜଣଙ୍କର ମୂତ୍ୟୁ ହୋଇଥିବାବେଳେ, ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ନାମ ତ୍ରୀଲୋଚନ ରାଉତ ଓ ସେ ଆଠଗଢ ଅଂଚଳର ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ଦଶପଲ୍ଲା ଅଗ୍ନିଶମ ବାହିନୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଡାକ୍ତରଖାନାକୁ ପଠାଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/7ea9f832-07c0-4fe0-8133-41435c0de913.jpeg)