ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

ଦେବଗଡ଼: ଦେବଗଡ଼ ଥାନା ଗାଡ଼ପାଳ ଗ୍ରାମ ନିକଟସ୍ଥ ରାଞ୍ଚି-ବିଜୟୱାଡା ରାଜପଥରେ ଟ୍ରକ୍‌ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ବାରକୋଟ ବ୍ଲକ ନୂଆଗାଁ ଗ୍ରାମର ପଞ୍ଚାନନ କିଷାନ। ପଞ୍ଚାନନ ଗୁରୁବାର ଅପରାହ୍ନରେ ନିଜ ବାଇକ (ଓଡି-୨୮-ଏ-୩୪୫୩) ଯୋଗେ ବୁଢାପାଳ ପଟୁ ନିଜ ଗ୍ରାମ ନୂଆଗାଁକୁ ଫେରୁଥିଲେ। ଗାଡ଼ପାଳ ଗ୍ରାମ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ମାଲ ବୋଝେଇ ଟ୍ରକ (ଓଡି-୩୪ଏନ-୭୨୧୦) ତାଙ୍କୁ ଧକ୍କା ଦେବା ପରେ ରାସ୍ତା ଖସି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ଘଟିବା ପରେ ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିବାବେଳେ ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ଏହାପରେ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଥଲା।

ସମ୍ବନ୍ଧିତ ଖବର