ଦେବଗଡ଼: ବାରକୋଟ ଥାନାର ଗୋପପୁର ଗ୍ରାମ ନିକଟରେ ଥିବା ବ୍ରିଜ ନିକଟରେ ଗତକାଲି ରାତିରେ ଏକ ଆଇରନ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ଘଟିବା ପରେ ଟ୍ରକରେ ନିଆଁ ଲାଗିଯିବାରୁୁ ଟ୍ରକର ଚାଳକ ଜୀବନ୍ତ ଜଳିଯାଇ ମୃତ୍ୟୁବରଣ କରିଛନ୍ତି। ମୃତ ଡ୍ରାଇଭର ଜଣକ ହେଲେ ଲିପୁନ ନାୟକ(୨୫) ।
/sambad/media/post_attachments/wp-content/uploads/2021/04/t-64.jpg)
ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝରରୁ ବାରକୋଟ ଅଭିମୁଖେ ଆସୁଥିବା ଆଇରନ ବୋଝେଇ ଟ୍ରକ ( ଓଆର-୦୯-କେ-୫୮୧୯) ୪୯ନଂ ଜାତୀୟ ରାଜପଥର ଗୋପପୁର ନିକଟରେ ଏକ ବ୍ରିଜ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାପରେ ଟ୍ରକରେ ନିଆଁ ଲାଗିଯାଇଥିଲା । ଖବରପାଇ ବାରକୋଟ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ସେତେବେଳେକୁ ଟ୍ରକର ଡ୍ରାଇଭର ଲିପୁନ ନାୟକ ଜୀବନ୍ତ ଜଳିଯାଇଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇସାରିଥିଲା । ବାରକୋଟ ଥାନା ପୁଲିସ ଶବ ଜବତ କରି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/t-63.jpg)