କାଳ ହେଲା ଗଶେଶ ପୂଜା ଭସାଣି ଦେଖିବା, ବସ୍‌ ତଳେ ଚାପି ହୋଇ ସ୍କୁଟି ଚାଳକଙ୍କ ମୃତ୍ୟୁ

ଢ଼େଙ୍କାନାଳ: ଢ଼େଙ୍କାନାଳ କୁଞ୍ଜକାନ୍ତ ଅଞ୍ଚଳରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏକ ଦ୍ରୃତଗାମୀ ବସ୍‌ ବାଇକ୍‌ ଉପରେ ଚଢ଼ିଯିବା ହେତୁ ଘଟଣାସ୍ଥଳରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକଙ୍କ ନାମ କେଶବ ଦେହୁରୀ(୨୮)। ସେ କୁଞ୍ଜକାନ୍ତ ଅନ୍ତର୍ଗତ ଗୁଡିଆନାଳି ଚଣ୍ଡିଆ ସାହିର ମଙ୍ଗୁଳି ଦେହୁରୀଙ୍କ ପୁଅ ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକମାନେ ଢ଼େଙ୍କାନାଳ ମୁଖ୍ୟରାସ୍ତାକୁ ଅବରୋଧ କରି ରଖିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଉଦ୍ୟମ କରୁଛି।

ସୂଚନାଯୋଗ୍ୟ, ଆଜି ଢ଼େଙ୍କାନାଳରେ ଗଣେଶ ମେଢ଼ ବିସର୍ଜନ ଚାଲିଥିଲା। କେଶବ ଗଶେଶ ପୂଜା ଭସାଣି ପାଇଁ ସ୍କୁଟିରେ ଯାଉଥିଲେ। ଏହି ସମୟରେ କଟକରୁ ଅନୁଗୁଳ ଯାଉଥିବା ତରଙ୍ଗିଣୀ ବସ୍‌ କେଶବଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ କେଶବ ତଳେ ପଡ଼ିଯିବାରୁ ବସ୍‌ଟି ତାଙ୍କ ଉପରେ ମାଡି ଚାଲିଯାଇଥିଲା। ଘଟଣାସ୍ଥଳରେ ହିଁ କେଶବଙ୍କ ମୃତ୍ୟୁ ହୋଇଯାଇଥିଲା।

ଏହି ଦୁର୍ଘଟଣା ପରେ ସ୍ଥାନୀୟଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା। ଉତ୍ତ୍ୟକ୍ତ ଲୋକେ ବସଟିକୁ ଭଙ୍ଗାରୁଜା କରିଥିଲେ। ଡ୍ରାଇଭର ଓ ବସ କଣ୍ଡକ୍ଟର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର