ବଳଦିଆବନ୍ଧରେ ଦୁଇଟି ଦୁର୍ଘଟଣା: ଜଣେ ମୃତ ଓ ୪ ଗୁରୁତର

ଢେଙ୍କାନାଳ : ୫୫ ନମ୍ବର ଜାତୀୟ ରାଜପଥରେ ଥିବା ବଳଦିଆବନ୍ଧ ଓମଫେଡ ପାର୍ଲର ନିକଟରେ ଏକ  ଗ୍ରେଡର ମେସିନ ସହିତ ସ୍କୁଟି ଦୁର୍ଘଟଣାରେ ଜଣେ ମୃତ ଓ ୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ଘର ନଡ଼ିଆଳି ଗ୍ରାମପଞ୍ଚାୟତର ଦଲକ ଗ୍ରାମରେ ବୋଲି ଜଣାପଡ଼ିଛି। ସେମାନେ ଗୋଟିଏ ସ୍କୁଟି ଯୋଗେ ଢେଙ୍କାନାଳ ସହର ଆଡ଼କୁ ଆସୁଥିବା ସମୟରେ ଏହି ଦୁଘଟଣା ଘଟିଥିବା ଜଣାଯାଇଛି ।   ଗ୍ରେଡର ଗାଡ଼ିଟି ଦୁଘଟଣା ଘଟାଇ ଦ୍ରୁତ ଗତିରେ ପଳାଇ ଯାଉଥିବା ବେଳେ କିଛି ଦୂରରେ ଅନ୍ୟ ଏକ ବାଇକକୁ ଧକ୍କା ଦେଇଥିଲା । ବାଇକରେ ଯାଉଥିବା ୨ ଜଣ ବି ଏଥିରେ ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକ ସ୍କୁଟି ଚାଳକଙ୍କ ନାମ ଭରତ ବେହେରା |

ଏହି ୨ଟି ଦୁର୍ଘଟଣାରେ  ଗୁରୁତର ହୋଇଥିବା ୪ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ପୁଲିସ ଉକ୍ତ ଗାଡ଼ିକୁ ଜବତ କରିବା ସହିତ ଡ୍ରାଇଭରକୁ ଅଟକ ରଖିଛି । ପ୍ରଥମ ଧକ୍କାରେ ଗୁରୁତର ସଦର ଥାନା ନଡ଼ିଆଳି ପଂଚାୟତର ଦଳକ  ଗ୍ରାମର ଚନ୍ଦନ ବେହେରା ଓ  ବଳରାମ ବେହେରା . ଦ୍ବିତୀୟ ଧକ୍କାରେ ଆହତ ହୋଇଥିବା ପାଇକଧାହୀଖୋର ଗ୍ରାମର ମଣ୍ଟୁ ନାୟକ ଓ ଉଦ୍ଧବ ନାୟକ ସଂପ୍ରତି  ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି ।

 

 

ସମ୍ବନ୍ଧିତ ଖବର