ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ୪୯ନମ୍ବର ଜାତୀୟ ରାଜପଥ ଦ୍ୱାରଶୁଣୀ ଘାଟିରେ ଘଟିଯାଇଛି ପୁଣି ଏକ ମର୍ମନ୍ତୁତ ଦୁର୍ଘଟଣା। କାର ଓ ଅଟୋ ମୁହାଁମୁହିଁ ଧକ୍କାରେ ଚାରି ଜଣ ଲୋକ ଗୁରୁତର ହେବା ସହିତ ଅନ୍ୟ ଚାରି ଜଣ ଲୋକ ସାମାନ୍ୟ ଆହତ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ଏକ କାର ମୁମ୍ବାଇରୁ ପଶ୍ଚିମବଙ୍ଗର ମେଦନିପୁର ଅଭିମୁଖେ ଯାଉଥିଲା ବେଳେ ଘାଟିରେ ଏକ ଅଟୋ ସହିତ ଧକ୍କା ହୋଇଥିଲା। ଅଟୋଟି ବାଙ୍ଗିରିପୋଷିରୁ ବିଶୋଇ ଅଂଚଳର ନୂଆଡ଼ିହିକୁ ଚାରି ଜଣଙ୍କୁ ନେଇ ଯାଉଥିଲା ଅଟୋ ଚାଳକ ସହ ଏଥିରେ ଥିବା ଆଉ ତିନି ଜଣ ଗୁରୁତର ଆହତ ହେଇଛନ୍ତି। ଆହତ ମାନେ ହେଲେ ବିଜୟ ଗିରି, ସଞ୍ଜୟ ଗିରି, ଅପରାଜିତା ଗିରି। କିନ୍ତୁ ସୌଭାଗ୍ୟର କଥା ଯେ, ଅଟୋରେ ଥିବା ଜଣେ ଚାରି ବର୍ଷର ଶିଶୁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି।
ସେହିପରି କାରରେ ଥିବା ଚାରିଜଣଙ୍କ ମଧ୍ୟରୁ ଗୁରୁତର ଆହତ ହେଇଥିବାର ସୂଚନା ରହିଛି। ଖବର ପାଇ ବାଙ୍ଗିରିପୋଷି ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ବାଙ୍ଗିରିପୋଷି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବାରମ୍ବାର ଦ୍ଵାରଶୁଣୀ ଘାଟିରେ ଦୃର୍ଘଟଣା ଘଟୁଥିବାରୁ ଜନଅସନ୍ତୋଷ ତେଜିବାରେ ଲାଗିଛି। କିଛି ଦିନ ପୂର୍ବରୁ ଟ୍ରକ ଓ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟି ବାଇକ ଆରୋହୀଙ୍କ ମୃତ୍ୟୁକୁ ଲୋକ ପାଶୋରି ନଥିବା ବେଳେ ପୁଣି ଅନ୍ୟ ଏକ ଦୁର୍ଘଟଣା ସମସ୍ତଙ୍କୁ ମର୍ମାହତ କରିଛି।