ଜି.ଉଦୟଗିରି: କନ୍ଧମାଳ ଜିଲ୍ଲା ଜି ଉଦୟଗିରି ନିକଟସ୍ଥ ଏମଏମସି ରୋଡ଼ ବେଥେଲ ଠାରେ ଆଜି ରବିବାର ସନ୍ଧ୍ୟା  ସମୟରେ ଏକ ବୁଲେଟ ସଙ୍ଗେ ଗ୍ଲାମର ବାଇକ  ମୁହାଁ ମୁହିଁ ଧକ୍କା ହେବା ଫଳରେ ଛୋଟ ଛୁଆ ସମେତ ୫ ଗୁରୁତ୍ୱର ଆହତ ହୋଇଛନ୍ତି। ସୂଚନା ପ୍ରକାରେ, ସନ୍ଧ୍ୟାରେ ଓଡ଼ି ୦୭-ଏଡି-୪୩୦୬ ନମ୍ବର ବୁଲେଟ ଟି ରାଇକିଆ ଅଭିମୁଖେ ଯାଉଥିଲା ଏବଂ ଓଡ଼ି ୧୨- ଡି ୭୯୦୪ ଗ୍ଲାମର ବାଇକ ରଟିଙ୍ଗିଆ ଅଭିମୁଖେ ଫେରୁଥିଲେ। କିନ୍ତୁ ଏମଏମସି ରୋଡରେ ଦୁଇଗୋଟି ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ବୁଲେଟ ଚାଳକ ସୁବ୍ରତ ପ୍ରଧାନ (୪୦), ରଜନୀକାନ୍ତ ପ୍ରଧାନ (୪୨), ବାଇକ ଚାଳକ ଲାଲୁ ନାୟକ (୩୫), ରୁଚିମା ପ୍ରଧାନ (୨୫), ଲିନା ଦିଗାଲ (୩୧), ସୃଷ୍ଟି ନାୟକ (୩) ଗୁରୁତ୍ୱର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଦମକଳ ବାହିନୀ ଏବଂ ପୁଲିସକୁ ଫୋନ ଯୋଗେ ସୂଚନା ଦେଇଥିଲେ।
ଏବଂ ଦୀର୍ଘ ସମୟ ପରେ ଘଟଣାସ୍ଥଳରେ ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ ଏବଂ ଟିମ ଓ ଦମକଳ ବାହିନୀ ଅଧିକାରୀ ମନୋରଞ୍ଜନ ପାଢ଼ୀ ଏବଂ ଟିମ ପହଞ୍ଚି ସମସ୍ତଙ୍କୁ ଦମକଳ ଗାଡ଼ି ଓ ପୁଲିସ ଗାଡ଼ିରେ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ୧୦୮ ଆମ୍ବୁଲାନ୍ସ ନ ଥିବା ଯୋଗୁଁ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର ପହଞ୍ଚେଇବାରେ ବିଳମ୍ବ ହୋଇଥିଲା। ସମସ୍ତ ଗୁରୁତ୍ୱର ଆହତଙ୍କୁ ଡାକ୍ତର ଅଶୋକ କୁମାର ପ୍ରଧାନ ପ୍ରାଥମିକ ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି ତେବେ ସମସ୍ତଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବା ସୂଚନା ରହିଛି କାରଣ ଛୋଟ ଛୁଆର ଡାହାଣ ଗୋଡ ଭାଙ୍ଗିଥିବା ବେଳେ ଅନ୍ୟ ଦୁଇ ମହିଳାଙ୍କର ମଧ୍ୟ ଗୋଡ ଓ ହାତ ଭାଙ୍ଗି ଅଛି ଓ ଅନ୍ୟ ବୁଲେଟ ଚାଳକଙ୍କ ମଧ୍ୟ ଗୋଡ ଭାଙ୍ଗିଥିବା ଡାକ୍ତର ପ୍ରକାଶ କରିଛନ୍ତି।
Advertisment