ଭାରସାମ୍ୟ ହରାଇ ଆର ଆଇ ଅଫିସକୁ ପଶିଲା ଥଣ୍ଡା ବୋଝେଇ ଟ୍ରକ

ହରଭଙ୍ଗା: ଗୁରୁବାର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଆଡେନିଗଡ଼ ଦେଇ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥରେ ଯାଉଥିବା ଏକ ଥଣ୍ଡା ପାନୀୟ (ପେପସି)ବୋଝେଇ ମିନି ଟ୍ରକ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଥିବା ଆର ଆଇ ଅଫିସ ଭିତରକୁ ଧସେଇ ପଶି ଯାଇଛି।

ପ୍ରାପ୍ତ ସୂଚନା ମୁତାବକ, ଦୁର୍ଘଟଣା ଗ୍ରସ୍ତ ଓଡି ୦୨-ବିଏଫ-୬୮୭୭ ଟ୍ରକଟି ଖୋର୍ଦ୍ଧାରୁ ଥଣ୍ଡା ପେପସି ନେଇ ବଲାଙ୍ଗୀର ଅଭିମୁଖେ ଯାଉଥିଲା। ହେଲେ ଗାଡି ଚାଳକଙ୍କ ଆଖି ଲାଗିଯିବାରୁ ଚଳନ୍ତା ଗାଡିଟି ନିୟନ୍ତ୍ରଣ ହରାଇ ରାସ୍ତା କଡରେ ଥିବା ଆଡେନିଗଡ଼ ଆର ଆଇ ଅଫିସରେ ପଶି ଯାଇଥିଲା।

ସୌଭାଗ୍ୟବଶତଃ ଗାଡି ଚାଳକ ଓ ହେଲ୍ପର ଏହି ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ଖବର ପାଇ ନିକଟରେ ଥିବା ଆଡେନିଗଡ଼ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର