ପୂର୍ବତନ ଜିଲ୍ଲା ପରିଷଦର ସଦସ୍ୟଙ୍କ ବାଇକ୍‌ ଦୁର୍ଘଟଣାରେ ମୃତ୍ୟୁ

ଜଗତସିଂହପୁର: କଟକ-ପାରାଦୀପ ରାସ୍ତାର ତରଜଙ୍ଗା ଠାରେ ବାଇକ୍‌ ଧକ୍କାରେ ପୂର୍ବତନ ଜିଲ୍ଲା ପରିଷଦର ସଦସ୍ୟଙ୍କ ରବିବାର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ରମାକାନ୍ତ ରାଉତ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ସକାଳେ ତରଜଙ୍ଗା ସ୍କୁଲ ପାଖ କଟକ-ପାରଦ୍ୱୀପ ରାସ୍ତାରେ ରମାକାନ୍ତ ରାଉତ ଛିଡା ହୋଇଥିଲେ। ଏହି ସମୟରେ ଗୋଟିଏ ବାଇକ୍‌ ରମାକାନ୍ତଙ୍କୁ ପଛ ପଟୁ ଧକ୍କା ଦେଇଥିଲା। ରମାକାନ୍ତଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟଲୋକେ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରି ତରଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ରମାକାନ୍ତଙ୍କୁ ଦେଖିବା ପରେ ସେଠାରେ ମୃତ ବୋଲି ଘୋଷଣା କରିଥିଲେ। ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟଲୋକେ ଟାୟାର ଜାଳି କଟକ-ପାରାଦୀପ ରାସ୍ତା ଅବରୋଧ କରିଥିଲେ। ଫଳରେ କିଛି ସମୟ ପାଇଁ ରାସ୍ତାର ଉଭୟପାର୍ଶ୍ୱରେ ଯାନବାହନ ଅଟକି ରହିଥିଲା ଏବଂ ଯାତାୟାତରେ ଅସୁବିଧା ପରିଲକ୍ଷିତ ହୋଇଥିଲା।

ସମ୍ବନ୍ଧିତ ଖବର