ଅଜଣାଗାଡ଼ି ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ବୈତରଣୀ ନଦୀ ପୋଲ ଉପରେ ବୁଧବାର ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଛି ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଅମିତ ଦାଶ (୨୨ବର୍ଷ) ଓ ତାଙ୍କ ପିତାଙ୍କ ନାମ ଜଗନ୍ନାଥ ଦାଶ ବୋଲି ଜଣାପଡ଼ିଛି। ମୃତ ଅମିତଙ୍କ ଘର ବାଲେଶ୍ୱର ଖଣ୍ଟାପଡ଼ା ଥାନା ଥଣ୍ଡାଟିକିରି ବରୁଆଁ ଗ୍ରାମରେ ବୋଲି ଜଣାପଡ଼ିଛି। ତେବେ ତାଙ୍କ ବାଇକ୍‌ରେ ବସି ଯାଉଥିବା ଅନ୍ୟ ଦୁଇଜଣ ବି ଗରୁତର ଆହତ ହୋଇଛି।

ସୂଚନାଯୋଗ୍ୟ, ଆଜି ସକାଳେ ଅମିତ ଦାଶ ଓ ତାଙ୍କର ଦୁଇଜଣ ସାଙ୍ଗ ବାଇକ୍‌ ଓଡି/୦୧ଆର୍‌/୬୬୪୬ ଯୋଗେ ବାଲେଶ୍ୱର ଅଭିମୁଖେ ଯାଉଥିଲେ। ବୈତରଣୀ ନଦୀ ପୋଲ ଉପରେ ଅମିତ ଚଳାଉଥିବା ବାଇକ୍‌କୁ ଏକ ଅଜଣାଗାଡ଼ି ଧକ୍କା ଦେଇ ଚାଲି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଅମିତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିଲେ। ଦୁଇଜଣ ଆହତଙ୍କୁ ସଙ୍ଗେସଙ୍ଗେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର