ଝାରସୁଗୁଡ଼ା: ମଙ୍ଗଳବାର ଅପରାହ୍ନରେ ଝାରସୁଗୁଡ଼ା-କୋଲାବିରି ଜାତୀୟ ରାଜପଥ -୪୯ ଅନ୍ତର୍ଗତ ପୁରାଣ ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟଲୋକେ ଆହତଙ୍କୁ ଚିକିତ୍ସା ପାଇଁ ପ୍ରଥମେ ବୁର୍ଲା ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ଜଣଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

Advertisment

publive-image

ସୂଚନାଯୋଗ୍ୟ, ଝାରସୁଗୁଡ଼ା-କୋଲାବିରି ଜାତୀୟ ରାଜପଥ -୪୯ରେ ନାନୋ କାର୍‌ ଓ ଇନୋଭା ପୁରାଣ ଗ୍ରାମ ନିକଟରେ ମୁହାଁମୁହିଁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ରମେଶ ପଟେଲଙ୍କ ମୃତ୍ୟୁ ହୋଇଥିଲା। ରମେଶଙ୍କ ପତ୍ନୀ ଓ ଗାଡ଼ି ଚାଳକ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ଖବର ଦେଇଥିଲେ। ଆହତଙ୍କୁ ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମୃତ ରମେଶଙ୍କ ପତ୍ନୀଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରି ଦେଇଥିଲେ। ମୃତକଙ୍କ ପରିବାର କ୍ଷତି ପୂରଣ ଦାବି ନେଇ ରାସ୍ତା ରୋକ ମଧ୍ୟ କରିଥିଲେ।