ଯାଜପୁର: କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଟାଟା ଷ୍ଟିଲ୍ ପାଚେରୀ କାମ ବେଳେ ବିଦ୍ୟୁତ୍ କରେଣ୍ଟ୍ ଲାଗି ୪ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନେ ହେଉଛନ୍ତି ଲାଲୁ ଯାଦବ(୨୦), ଦୀପକ ସାମଲ(୩୩), ସୁନୀଲ(୪୦) ଓ ଶିବଲାଲ ଭୁୟାଁ(୨୨)।
ଉଲ୍ଳେଖଯୋଗ୍ୟ, ଶୁକ୍ରବାର ଅପରାହ୍ନ ୧୨.୩୦ ସମୟରେ ଟାଟା ଷ୍ଟିଲ୍ର ୩ ନମ୍ବର ଗେଟ୍ ସାମ୍ନାରେ ପଚେରୀ କାମ ଚାଲୁଥିଲା। ସେହି ସମୟରେ କଂକ୍ରିଟ୍ ମେସିନ୍ରେ ୧୧ କେଭିର ବିଦ୍ୟୁତ୍ ତାର ଲାଗି ଦୁର୍ଘଟଣା ଘଟିଥିଲା। ଫଳରେ ଜିସ୍କୋ ଅଧିନରେ ଠିକାଦାର ସଂସ୍ଥା ଦୁର୍ଗାଲକ୍ଷ୍ମୀ କନ୍ଷ୍ଟ୍ରକ୍ସନର ୪ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ।
ଆହତମାନଙ୍କୁ ପ୍ରଥମେ ଦାନଗଦି ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/20431617_1243450065783001_6356695987040888293_n.png)