ଟ୍ରକ ଓ ବାଇକ୍‌ ମୁହାଁମୁହିଁ ଧକ୍କା: ଟ୍ରକ୍‌ ଚକା ତଳେ ଚାପି ହୋଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

କନ୍ଧମାଳ: କନ୍ଧମାଳ ଗୋଛାପଡାସ୍ଥିତ ଉଦୟଗିରିରେ ରବିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ବାଇକ ଆରୋହୀଙ୍କ ନାମ ଉତ୍ତମ ପ୍ରଧାନ (୨୦) ଓ ଘର ଦିଗଗୁଡ଼ାରେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ବଡ଼ ଭାଇ ଉତ୍ତମ ପ୍ରଧାନ ଓ ତାଙ୍କ ସାନ ଭାଇ ସାଗର ପ୍ରଧାନ ଏକ ବାଇକ୍‌ ଯୋଗେ ଉଦୟଗିରି ସହରକୁ ଯାଉଥିଲେ। ଏହି ସମୟରେ ଉଦଗିରିସ୍ଥିତ ଶିବମନ୍ଦିର ନିକଟ ଦେଇ ଏକ ଟ୍ରକ ଦ୍ରୁତଗତିରେ ଯାଉଥିବା ବେଳେ ଉତ୍ତମ ପ୍ରଧାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ବାଇକ୍‌ଟି ଟ୍ରକ୍‌ ତଳେ ପଶି ଯାଇଥିଲା। ଟ୍ରକ୍‌ ଚକା ଉତ୍ତମ ପ୍ରଧାନଙ୍କ ମୁଣ୍ଡ ଉପରେ ଚଢ଼ି ଯିବା ହେତୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଦୁର୍ଘଟଣାରେ ବାଇକ୍‌ ପଛପଟେ ବସିଥିବା ତାଙ୍କ ସାନଭାଇ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ଘଟିବା ପରେ ସ୍ଥାନୀୟଲୋକେ ରାସ୍ତା ରୋକ କରିଥିଲେ। କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର