ସଡ଼କ ଦୁର୍ଘଟଣାରେ ବୃଦ୍ଧାଙ୍କ ମୃତ୍ୟୁ, ୧୪ଘଣ୍ଟା ଧରି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟଲୋକେ

କନ୍ଧମାଳ: କନ୍ଧମାଳ ଜିଲ୍ଲା ପରମପାଙ୍ଗ ଗ୍ରାମ ନିକଟସ୍ଥ ୧୫୭ ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣାରେ ଗତକାଲି ସନ୍ଧ୍ୟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ମୃତ ମହିଳାଙ୍କ ନାମ ରୁବ୍ଦା ମଲ୍ଲିକ୍‌, ବୟସ ୫୯ ବର୍ଷ ଏବଂ ଘର ବାଲିଗୁଡା ଥାନା ଅଧିନସ୍ଥ ଇରପିଗୁଡା ଗ୍ରାମର ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣାକୁ ନେଇ ଉତ୍ତ୍ୟକ୍ତ ସ୍ଥାନୀୟଲୋକେ ମୃତ ମହିଳାଙ୍କ ପରିବାରକୁ କ୍ଷତିପୂରଣ ଦାବି ନେଇ ୧୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ୧୪ଘଣ୍ଟା ବିତି ଯାଇଥିଲେ ବି ଘଟଣାସ୍ଥଳରେ କୌଣସି ପୁଲିସ କିମ୍ବା ପ୍ରାଶାସନ ପହଞ୍ଚି ନାହାନ୍ତି। ଏହି ରାସ୍ତା ଅବରୋଧ ହେତୁ ଉଭୟ ପାର୍ଶ୍ୱରେ ଅନେକ ଗାଡ଼ି ରାସ୍ତା ଉପରେ ଅଟକି ରହିଛି। ଫଳରେ ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା।

ସମ୍ବନ୍ଧିତ ଖବର