ଖୋର୍ଦ୍ଧା: ଅଜଣା ଗାଡ଼ି ଧକ୍କାରେ ବାପ ମୃତ ଓ ପୁଅ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ୧୬ନମ୍ବର ଜାତୀୟ ରାଜପଥର ଶିଳ୍ପାଞ୍ଚଳ ଫାଣ୍ଡି ନିକଟରେ ମଙ୍ଗଳବାର ଅପରାହ୍ନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବାପର ମୃତ୍ୟୁ ହୋଇଥିଲା ବେଳେ ପୁଅ ଗୁରୁତର ଆହତ ହୋଇଛି। ସ୍ଥାନୀୟଲୋକେ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳକୁ ଦୌଡ଼ି ଆସିବା ସହିତ ପୁଲିସକୁ ଖବର ଦେଇଥିଲେ। ଗୁରୁତର ପୁଅକୁ ଚିକିତ୍ସା ପାଇଁ ସଙ୍ଗେସଙ୍ଗେ ହସ୍‌ପିଟାଲରେ ଭର୍ତ୍ତି କରିଥିଲେ। ମୃତକଜଣକ ହେଲେ କଟକ ନିଆଳିର କାଳନ୍ଦୀ ପରିଡା ଓ ଆହତ ଜଣକ ନିଆଳିର କାଳନ୍ଦୀ ପରିଡାଙ୍କ ପୁଅ ସୌମ୍ୟ ରଞ୍ଜନ ବୋଲି ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳର ପହଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଧରିବା ସହିତ ଯାଞ୍ଚ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର