ବାଇକ ଚାଳକ ଓ ପଥଚାରୀଙ୍କୁ ଧକ୍କା ଦେଲା ଟ୍ରାକ୍ଟର, ଜଣେ ମୃତ

ରାଉରକେଲା : ରାଉରକେଲା ଅନ୍ତର୍ଗତ ଲହୁଣିପଡ଼ା ଥାନା ଅଧୀନସ୍ଥ ପୋଇଗାଁ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରାକ୍ଟର ବାଇକ୍‌ରେ ଥିବା ଦୁଇଜଣ ସମେତ ଜଣେ ପଥଚାରୀଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ ହୋଇଥିବା ବେଳେ ୨ଜଣ ଏଥିରେ ଗୁରୁତର ଆହତ ହୋଇଥିଲେ। ଗୁରୁତର ଦୁଇଜଣଙ୍କୁ ସ୍ଥାନୀୟଲୋକ ଘଟଣାସ୍ଥଳରୁ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ଦୁହିଁଙ୍କ ଚିକିତ୍ସା ଜାରି ରଖିଛନ୍ତି। ମୃତକ ବାଇକ୍‌ ଆରୋହୀ ଖୁଣ୍ଟଗାଁର ଦୀପକ ସିଂହ ବୋଲି ଜଣାପଡ଼ିଛି।

ଏପଟେ ଲହୁଣିପଡ଼ା ପୁଲିସ ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର