ଭାରସାମ୍ୟ ହରାଇ ଓଲଟିଲା ଟାଟା ମେଜିକ୍‌, ୪ ମୃତ ଓ ୧୦ରୁ ଅଧିକ ଗୁରୁତର

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ୩୨୬ ନମ୍ବର ଜାତୀୟ ରାଜପଥ ସଲପ ପଦର ନିକଟରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଟାଟା ମେଜିକ୍‌ ଭାରସାମ୍ୟ ହରାଇ ରାସ୍ତାକୁ ଓଲଟି ପଡ଼ିଥିଲା। ଫଳରେ ୪ ଜଣଙ୍କ ମୃତ୍ୟ ଘଟିଥିବା ବେଳେ ୧୦ରୁ ଊର୍ଧ୍ୱ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି। ମୃତକମାନେ ପାଙ୍ଗାମ ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣା ଡ୍ରାଇଭରଙ୍କ ଭୁଲ ନା ଅନ୍ୟ କୌଣସି କାରଣ ହେତୁ ଘଟିଛି ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା

ସୂଚନାଯୋଗ୍ୟ, ମାଲକାନଗିରି-ଗୋବିନ୍ଦପାଲ୍ଲୀ ରାସ୍ତାର ପାଙ୍ଗାମ ନିକଟରେ ଆଜି ଦିନ ପ୍ରାୟ ସାଢ଼େ ୧୨ଟା ସମୟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଗୁରୁତରମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ମାଥିଲି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ମୃତକ ଓ ଗୁରୁତର ଉଜ୍ଜ୍ୱଳା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପାଙ୍ଗାମରୁ ମାଥିଲି ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।  ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର