ମୁର୍ମୁଛକରେ ଟ୍ରକ୍ ଦୁର୍ଘଟଣାରେ ଯୁବକ ମୃତ, ରାଇରଙ୍ଗପୁର-ଟାଟା ରାସ୍ତାରେ ଉତ୍ତେଜନା

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଘଟଣାରୁ ପ୍ରକାଶ ଯେ ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ ମୁର୍ମୁଛକ ନିକଟରେ ଟ୍ରକ୍ ଚାପାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।

ପ୍ରତ୍ୟେକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ ଯେ ଆଜି ସନ୍ଧ୍ୟା ୫ଟା ସମୟରେ ଟ୍ରକ୍ (ଓଡି-୦୯ଏନ୍-୬୬୯୪)ଟି ଛିଡା ହେଇଥିଲା। ତେବେ ଟ୍ରକ୍ ନିକଟରେ ବାଙ୍ଗିରିପୋଷି ଥାନା ଚନ୍ଦନପୁର ଗ୍ରାମର ଦେବାଶିଷ ବେହେରା(ଟିଟୁ) ଶୋଇଥିଲେ। ଟ୍ରକ୍ ଚାଳକ ତାହା ଦେଖି ନପାରି ତାଙ୍କ ମୁଣ୍ଡକୁ ପଛ ଚକା ତଳେ ଚପାଇ ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃ୍ତ୍ୟୁ ହୋଇଯାଇଥିଲା। ତେବେ କିଛି ସମୟ ପାଇଁ ରାଇରଙ୍ଗପୁର-ଟାଟାନଗର ମୁଖ୍ୟରାସ୍ତା ଜାମ୍ ହୋଇଯାଇଥିଲା ଏବଂ ଚାପା ଉତ୍ତେଜନା ଦେଖାଦେଇଥିଲା।

ଘଟଣାସ୍ଥଳରୁ ଟ୍ରକର ଡ୍ରାଇଭର୍ ଓ ହେଲପର୍ ଫେରାର୍ ହୋଇଯାଇଛନ୍ତି। ଟାଉନଥାନା ଅଧିକାରିଣୀ ରେଣୁବାଳା ସାହୁ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ପରେ ବ୍ୟବଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇ ଦେଇଛି। ଏବଂ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରାଯାଇଛି। ଏନେଇ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି।

ସୂଚନା ଅନୁଯାୟୀ ଦେବାଶିଷ ରାଇରଙ୍ଗପୁରର ଏକ ହଟେଲରେ କାମ କରୁଥିଲେ। ତେବେ ଦୁର୍ଘଟଣା କେମିତି ଘଟିଛି ତାହା ପୁଲିସ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର