ଟିପର ଓ ମୋଟର ସାଇକେଲ ଧକ୍କା; ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ଉକିଆପଲ୍ଲୀ-ବରଗାଁ ରାସ୍ତାରେ ବୁଧବାର ଏକ ପଥର ବୋଝେଇ ଟିପର ଓ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହେବା ସହ ଆଉଜଣେ ଗୁରୁତର ହୋଇଛନ୍ତି  । ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରୁ ଟିପର ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଉକିଆପଲ୍ଲି ଗ୍ରାମର ଯଶ ଭତ୍ରା (୩୫) ଓ ତାଙ୍କ ସ୍ୱାମୀ ମାଧବ ଭତ୍ରା କୋଟପାଡରୁ ନିଜ ଗାଁକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଯଶ ଭତ୍ରାଙ୍କ ମୃତ୍ୟୁ ହେବା ପରେ ଗ୍ରାମବାସୀ ମୃତଦେହକୁ ଦୁର୍ଘଟଣାସ୍ଥଳରେ ରଖି ରାସ୍ତାରୋକ କରିଥିଲେ। ଏହାର ଖବର ପାଇ କୋଡିଗାଁ ତହସିଲଦାର ଓ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ଏହାପରେ ଗ୍ରାମବାସୀ ରାସ୍ତାରୋକରୁ ହଟିଥିଲେ। ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର