ବ୍ରହ୍ମପୁର: ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ନିକଟରେ ସୋମବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

publive-image

ସୂଚନାଯୋଗ୍ୟ, ବ୍ରହ୍ମପୁର ମହାନଗର ନିଗମର ଅଳିଆ ବୋଝେଇ ଟ୍ରକ୍‌ ଏକ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ଏହି ଦୁର୍ଘଟଣାରେ ଶାଶୂର ମୃତ୍ୟୁ ହୋଇଥିଲା ଜ୍ୱାଇଁ ଗୁରୁତର ଅଛନ୍ତି। ମୃତ ମହିଳା ଜଣଙ୍କ ନାମ ତମାଳ ବେହେରା ବୋଲି ଜଣାପଡ଼ିଛି। ତମାଳଙ୍କ ଘର ଗଞ୍ଜାମ ଜିଲ୍ଲା କଳିଆବାଲି ଅଞ୍ଚଳରେ। ସେ ତାଙ୍କ ଜ୍ୱାଇଁ ବସନ୍ତ ବେହେରାଙ୍କ ସହ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି। ବସନ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଜ୍ୱାଇଁ ବସନ୍ତ ବାଇକ୍‌ରେ ତମାଳ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବ୍ରହ୍ମପୁର ଆସିଥିଲେ। ସିଟି ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନେ ଘରକୁ ଫେରୁଥିବା ବେଳେ ବିଏମ୍‌ସିର ଅଳିଆ ବୋଝେଇ ଟ୍ରକଟି ପଛପଟୁ ଆସି ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତମାଳଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଟ୍ରକର ଚାଳକ ଫେରାର ହୋଇଯାଇଛି।