ନୂଆ ବର୍ଷରେ ଦୁର୍ଘଟଣା; ଦୁଇ ବାଇକ ମୁହାଁମୁହିଁ, ଜଣେ ମୃତ, ୪ ଆହତ

ମାଲକାନଗିରି: ନୂଆ ବର୍ଷରେ ଦୁର୍ଘଟଣା ଘଟିବା ଏବଂ ଜଣକର ମୃତ୍ୟୁକୁ ନେଇ ଏବେ ବେଶ ଚର୍ଚା। ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଓର୍କେଲ ଥାନା ଅନ୍ତର୍ଗତ ଏମଭି-୩୫ ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଗତକାଲି ରାତିରେ ଏମଭି-୩୫ ଛକ ନିକଟରେ ଦୁଇ ବାଇକ କ୍ଷୀପ୍ର ଗତିରେ ଆସି ମୁହାମୁହିଁ ହୋଇଥିଲେ। ଯାହାଫଳରେ ବାଇକ ଠାରୁ ଦୁରରେ ୫ ଜଣ ଛିଟିକି ପଡିଥିଲେ।

ସେମାନଙ୍କ ମଧ୍ୟରୁ ଶଙ୍କର ପାଇକଙ୍କର ମୃତ୍ୟୁ ହୋଇଥିବା ବେଳେ ବବି ହାଲଦାର, ସହଦେବ ମଣ୍ଡଳ, ଜଗବନ୍ଧୁ ମିସ୍ତ୍ରୀ ଏବଂ ବିପିନ ମଣ୍ଡଳ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ପଡି ରହିଥିଲେ। ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲେନସକୁ ଫୋନ କରିଥିଲେ। ଆମ୍ବୁଲେନସ ପହଞ୍ଚି ସମସ୍ତ ଗୁରୁତରଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ଆଣଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର