ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା; ଦୁର୍ଘଟଣାରେ ୨ ମୃତ ଓ ୩ ଗୁରୁତର

ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଅନ୍ତର୍ଗତ ବ୍ରହ୍ମାଣୀ ନାଳା ପାଖରେ ଆଜି ମଧ୍ୟାହ୍ନ ୧୨ଟା ସମୟରେ ଦ୍ବଇଟି ବାଇକ  ମୁହାମୁହିଁ ହେବା ଫଳରେ ଘଟଣାସ୍ଥଳରେ ୨ଜଣଙ୍କର  ମୃତ୍ୟୃ ହେବା ସହ ୩ ଜଣ ଗୁରୁତର ହୋଇ ନୂଆପଡ଼ା ମୁଖ୍ୟ ଚିକିସିାଳୟରେ ଚିକିତ୍ସିତ ହେଉଥିବା ଧରରମବନ୍ଧା ଥାନା ଅଧିକାରୀ ଦିଲ୍ଲୀପ ଲାକ୍ରାଙ୍କଠାରୁ ପ୍ରକାଶ ।

ସୂଚନାଯୋଗ୍ୟ, ଆଜି ଅପରାହ୍ନରେ  ପରସ୍ପର ବିପରୀତ ଦିଗରୁ ଆସୁଥିବା ଦୁଇଟି ମୋଟରସାଇକେଲ ପରସ୍ପର ସହିତ ମୁହାଁମୁହିଁ ଧକ୍କା ହୋଇଥିଲେ। ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ଖବର ପାଇବା ପରେ ସ୍ଥାନୀୟଲୋକେ ଘଟଣାସ୍ଥଳକୁ ଆସି ଗୁରୁତର ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏଥିସହିତ ପୁଲିସକୁ ଖବର ଦେଇଥିଲେ। ପୁଲିସ ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି।

ଦୁର୍ଘଟଣାରେ ଧରମବନ୍ଧା ଗ୍ରାମର ଇଶ୍ବର ସତନାମୀ(୨୩) ଓ ପଣ୍ଡିରିପାଣି ଗ୍ରାମର ଚାରାଚନ୍ଦ ମାଝୀ(୩୦)ଙ୍କ ମୃତ୍ୟୁ ଘଟିଛି  । ଧରମବନ୍ଧା ଗ୍ରାମର ଭରୁଆ ସତନାମୀ, ନେତରାମ ସତନାମୀ, ପଣ୍ଡିରିପାଣି ଗ୍ରାମର ଜୀବନ ମାଝୀ ଗୁରୁତର ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର