ନୂଆପଡ଼ା: ନୂଆପଡ଼ା-ବରଗଡ଼ ରାସ୍ତା ପଗାରପାଣି ଦର୍ଲିମୁଣ୍ଡା ଗାଁ ନିକଟରେ ଏକ ନିର୍ମାଣାଧୀନ ପୋଲ ତଳକୁ ଖସି ତିନି ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ନୂଆପଡ଼ା ଜିଲ୍ଲା ଖଲିଆନପାନି ଗାଁର ଚୈନ ସିଂ ମାଝୀ (୨୦), ପୁନିତରାମ ମାଝୀ (୧୯) ଓ ତାଙ୍କ ସାଙ୍ଗ ଛତିଶଗଡ଼ ରାଜ୍ୟର ଖଇରାଟ ଗାଁର ଦିଓ୍ଵାନ୍‌ ମାଝ (୨୧) ବୋଲି ଜଣାପଡ଼ିଛି।

Advertisment

ସୂଚନାଯୋଗ୍ୟ, ଗତକାଲି ରାତିରେ ନୂଆପଡା ସହରକୁ ଚୈନ ସିଂ ମାଝୀ ଓ ପୁନିତରାମ ମାଝୀ ଏବଂ ଦିଓ୍ଵାନ୍‌ ମାଝି ଏକ ବାଇକ୍‌ ଯୋଗେ ଧନୁଯାତ୍ରା ଦେଖିବାକୁ ଯାଇଥିଲେ। ଫେରିବା ବେଳେ ବିଜୁ ଏକ୍ସପ୍ରେସ୍‌େଓ୍ଵ ଉପରୁ ପ୍ରାୟ ୨୦ଫୁଟ ପୋଲ ତଳକୁ ଭାରସାମ୍ୟ ହରାଇ ଖସି ପଡ଼ିଥିଲେ। ଫଳରେ ତଳେ ତିନିଫୁଟର ପାଣି ଥିବାରୁ ମାଟିରେ ଚାପି ହୋଇଯାଇଥିଲେ। ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

publive-image

ଅନ୍ୟପକ୍ଷରେ ଏହି ମୃତକମାନଙ୍କ ସହ ଆସିଥିବା ଅନ୍ୟ ଜଣେ ନାବାଳକ ଦୁର୍ଘଟଣା ପରେ ଚାଲିଚାଲି ଘରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇଥିଲା। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ମୃତକଙ୍କ ପରିବାରଲୋକଙ୍କୁ ଖବର ଦେଇଥିଲା। ପୋଲ ଠିକାଦାରଙ୍କ ତରଫରୁ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି। ତିନିଜଣଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି।