ରାୟଗଡା: ରାୟଗଡା ଠାରୁ ଆନ୍ଧ୍ରକୁ ଯାଇଥିବା ମୁଖ୍ୟ ରାସ୍ତରେ ଆଜି ସକାଳ ଭୋର ଚାରିଟା ବେଳେ ଏକ ବିରାଟ ବଡ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାକୁ ଅବରୋଧ କରିଥିଲା। ଏହି ଦୁର୍ଘଟଣାରେ କାହିର କିଛି କ୍ଷତି ହୋଇ ନଥିଲେ ମଧ୍ୟ ରାସ୍ତାକୁ ଟ୍ରକର ଡାଲାଟି ଅବରୋଧ କରିଥିବାରୁ ରାସ୍ତାର ଦୁଇ କଡରେ ଶହ ଶହ ଗାଡି ଅଟକି ରହିଥିଲା। ଆଜି ଦିନ ତମାମ ରାସ୍ତାରୁ ଗାଡିକୁ ହଟାଯାଇ ପାରିନଥିଲା। ତେବେ ସନ୍ଧ୍ୟା ସୁଦ୍ଧା ରାସ୍ତାରୁ ଟ୍ରକକୁ ହଟାଯିବ ବୋଲି କୁହାଯାଇଥିଲେ ମଧ୍ୟ ଖବର ଲେଖାଯିବା ପର୍ଯ୍ୟନ୍ତ ହଟି ନଥିବା ଦେଖିବାକୁ ମିଳିଥିଲା। ଟ୍ରକର ଲମ୍ବା ଡାଲା ହୋଇଥିବାରୁ ସମ୍ପୂର୍ଣ୍ଣ ରାସ୍ତାକୁ ଅବରୋଧ କରିଥିଲା।
/sambad/media/post_attachments/wp-content/uploads/2023/06/Rgda-Truck-accident-at-Odisha-andhra-road-3.jpg)
ମଟର ସାଇକେଲ ଯିବାକୁ ମଧ୍ୟ ରାସ୍ତା ନଥିବା ଦେଖିବାକୁ ମିଳିଥିଲା। ଟ୍ରକଟି ବିଶାଖାପାଟଣମରୁ ରାୟଗଡା ଅଭିମୁଖେ ଆସୁଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଭିଡକୁ ଆୟତ୍ତ କରିବା ସହ ଲୋକଙ୍କୁ ଧର୍ଯ୍ୟ ଧରିବାକୁ ବୁଝାଉଥିବା ଦେଖିବାକୁ ମିଳିଥିଲା। ପ୍ରକାସ ଥାଉକି, ଏହି ରାସ୍ତାଟି ବିଶାଖାପାଟଣମକୁ ଯାଉଥିବା ବେଳେ ପ୍ରାୟତଃ ପ୍ରତିଦିନ ରୋଗୀଙ୍କୁ ନେଇ ଆମ୍ବୁଲାନ୍ସ ବିଶାଖାପାଟଣମ୍ ଯାଇଥାଏ।