ଆମଲାଙ୍ଗ ବୁଲାଣିରେ ମର୍ମନ୍ତୁଦ ରାସ୍ତା ଦୁର୍ଘଟଣା, ଜମନକିରା କଲେଜର ଜଣେ ଛାତ୍ର ମୃତ, ଜଣେ ଗୁରୁତର

ବୁର୍ଲା ସ୍ଥାନାନ୍ତରିତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଜାତୀୟ ରାଜପଥ ୫୬ଚିନିମହୁଲ ଆମଲାଙ୍ଗ ବୁଲାଣିରେ ଏକ ବାଇକ ସହିତ ଟ୍ରକ ଧକ୍କା ହୋଇଥିଲା।ଏହି ଦୁର୍ଘଟଣା ରେ ଜମନକିରା କଲେଜରେ ଯୁକ୍ତତିନି ଦ୍ବିତୀୟ ବର୍ଷ ପାଠ ପଢୁଥିବା ବାଇକ ଆରୋହୀ ଦୁଇ ଜଣ ଛାତ୍ର ମଧ୍ୟରୁ ସନ୍ତୋଷ ପଥାଲ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ତାକୁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିବା ସମୟରେ ଗୁରୁତର ଆହତ ତୁଷାର ବେହେରାକୁ ଚିକିତ୍ସା ପାଇଁ ବୁର୍ଲା ପଠାଯାଇଛି।

ଦୁର୍ଘଟଣା ଘଟାଇ ଥିବା ଟ୍ରକକୁ ଜମନକିରା ଥାନାରେ ଅଟକ ରଖାଯାଇଛି। ଆଜି ଯୁକ୍ତତିନି ଦ୍ବିତୀୟ ବର୍ଷ ଦ୍ବିତୀୟ ସେମିଷ୍ଟାର ପରୀକ୍ଷା ଦେଇ ଯୁବକ ଦୁଇଜଣ ବାଇକରେ ସମ୍ବଲପୁର ଫେରୁଥିବା ସମୟରେ ଏହି ଅଘଟଣ ଘଟିଥିଲା।

ସମ୍ବନ୍ଧିତ ଖବର