ନୀଳଗିରି: ମୃତ୍ୟ କେମିତି ବି ଆସିପାରେ। ବାବା ପଞ୍ଚଲିଙ୍ଗେଶ୍ବର ଦର୍ଶନ ପାଇଁ ଆସି ଥିବା ଜଣେ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ ଶରତ ଚନ୍ଦ୍ର ନାୟକ (୪୦)।
ସୂଚନା ମୁତାବକ ଭୁବନେଶ୍ବରର ଖଣ୍ଡଗିରି ଥାନା ଅଞ୍ଚଳରୁ ଆଜି ସକାଳ ୫ଟାରେ ୨୫ ଜଣ ପର୍ଯ୍ୟଟକ ଉତ୍ତର ଓଡିଶାର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ବାବା ପଞ୍ଚଲିଙ୍ଗେଶ୍ବର ଶୈବପୀଠକୁ ବୁଲିବାକୁ ଆସିଥିଲେ। ସେମାନଙ୍କର ମଧ୍ୟରୁ ଶରତ ଚନ୍ଦ୍ର ନାୟକ ଓରଫ କାଢାବାବୁ କୌଣସି କାରଣରୁ ଅସୁସ୍ଥ ହୋଇଥିଲେ। ତାଙ୍କୁ ପ୍ରଥମେ ନିକଟସ୍ଥ ଈଶ୍ବରପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ଅଧିକ ଚିକିତ୍ସା ପାଇଁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପରେ ନୀଳଗିରି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେପ ବୋଲି ଡାକ୍ତର କହିଛନ୍ତି। ଶରତ ଖଣ୍ଡିଗିରିରେ ଭଡ଼ା ଘରେ ରହି ମାଳି ଭାବେ କାମକରୁଥିଲେ। ସେ ଢେଙ୍କାନାଳ ଜିଲ୍ଲାର ମୂଳ ନିବାସୀ ବୋଲି ପ୍ରାଥମିକ ସୂଚନା ମିଳିଛି।