ଦୟାନିଧିଗୁଡା ଦୁର୍ଘଟଣା: ଅନୁମତି ନଥିବା ରୋଡରେ କିପରି ଯାଉଛି ଭାରିଯାନ

ମୃତ୍ୟୁ ସଂଖ୍ୟା ଦୁଇକୁ ବୃଦ୍ଧି, ଜୀବନ ସହ ଲଢୁଛନ୍ତି ଜଣେ ଶ୍ରମିକ ଓ ଡ୍ରାଇଭର

କୋରାପୁଟ: କୋରାପୁଟ ଜିଲ୍ଲା ଦୟାନିଧିଗୁଡା ଅଟୋ ଉପରକୁ ଟ୍ରକ ମାଡିଯିବା ଘଟଣାକୁ ୨୪ ଘଣ୍ଟା ବିତିଛି। ଘଟଣାରେ ଆଜି ଆଉ ଜଣଙ୍କର ମୃତ୍ୟୁ ଘଟିଥିବା  ବେଳେ ମୃତ୍ୟୁ ସଂଖ୍ୟା ଦୁଇକୁ ବୃଦ୍ଧି ପାଇଛି। ମୃତକ ଜଣକ ହେଲେ ବୁଟୁରୁଗୁଡା ଗାଁର ‌ଲକ୍ଷ୍ମୀ ଭୋଇ(୧୯)। ଗତକାଲି ଘଟଣାସ୍ଥଳରେ ପିଙ୍କି ପ୍ରାଧାନୀ(୧୯)ଙ୍କର ମୃତ୍ୟୁ ଘଟିଥିବାବେଳେ କୋରାପୁଟ ବଡ ମେଡିକାଲ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ତେବେ ଜୀବନ ସହ ଡ୍ରାଇଭର ମନ ଦିସାରୀ ଓ ମୋତି ଦିସାରୀ ଲଢୁଥିବା ଜଣାପଡିଛି। ତାଙ୍କ ଅବସ୍ଥା ଶଙ୍କଟାପନ୍ନ ରହିଥିବାବେଳେ ମୁସାପୁଟ ଓ ବୁଟୁରୁଗୁଡା ଗାଁରେ ଶୋକର ଛାୟା ଖେଳିଯାଇଛି। ପୁଲିସ ଟ୍ରକ୍‌କୁ ଜବତ ରଖିଥିବାବେଳେ ଡ୍ରାଇଭର ଓ ହେଲଫରକୁ ଅଟକ ରଖିଥିବା ଜଣାପଡିଛି। ଟ୍ରକଟି ଆନ୍ଧ୍ରର ହୋଇଥିବାବେଳେ ମାଲିକଙ୍କୁ ଡକାଯାଇଥିବା ଜଣାପଡିଛି।

ତେବେ ଜୀବିକା ପାଇଁ କୋରାପୁଟକୁ ଆସିଥିବା ଏହି ଶ୍ରମିକଙ୍କ ଅକାଳ ବିୟୋଗ ଘଟିଥିବା‌ଳେ ଦୁଇ ଜଣଙ୍କର ଜୀବନ ଯାଇଛି। ଏବେ ଦଇ ଜଣ ଜୀବନ ମରଣ ସହ ଲଢୁଥିବା ୮ ଜଣ ଆହତ ହୋଇଥିବାରୁ ଚିକିତ୍ସିତ ହେଉଛନ୍ତି। ପ୍ରତିଦିନ ଏହି ଗାଁରୁ ସହରକୁ କାମ ଅନ୍ବେଷଣରେ ଆସିଛନ୍ତି ମୁସାଗୁଡା, ବୁଟୁରୁଗୁଡା ସହ ଆଖଆଫକ ଅଞ୍ଚଳର ଶ୍ରମିକ। ସକାଳୁ ୨୦ ଟଙ୍କା ଦେଇ ସହରକୁ ଆସନ୍ତି, ସନ୍ଧ୍ୟାରେ ଆଉ କୋଡିଏ ଟଙ୍କା ଦେଇ ଘରକୁ ଧାନବସ୍ତା ପରି ଲଦାଲଦି ହୋଇ ଯାଆନ୍ତି। ଗୋଟିଏ ଅଟୋରେ ପ୍ରାୟ ଅତି ବେଶୀରେ ୫ ଜଣ ବସିବାକୁ ରହିଥିବାବେଳେ ଏହି ଶ୍ରମିକ ବୁହା ଗାଡିରେ ପ୍ରାୟ ୧୧ ଜଣ ବସିଥିଲେ। ଗାଁକୁ ଫେରୁଥିବାବେଳେ ଏପରି ମର୍ମତୁନ୍ଦ ସଡକ ଦୁର୍ଘଟଣା ଘଟିଥିଲା।

ତେବେ ଏହି ଦୂର୍ଘଟଣା ପାଇଁ ଦାୟୀ କିଏ। ଏହି ଦୁର୍ଘଟଣା ପାଇଁ କୋରାପୁଟ ଟ୍ରାଫିକ ପୁଲିସ,ଜାତୀୟ ରାଜପଥ ଓ କୋରାପୁଟ ପୌରପାଳିକା ଦାୟି ପରି ମନେ ହୋଉଛି। ତେବେ ୨୬ ନମ୍ବର ଜାତୀୟ ରାଜପଥ ଦେଇ ଭାରିଯାନ ଚଳପ୍ରଚଳ ହେଉଥିଲା। ପ୍ରତିଦିନ ପ୍ରାୟ ୫୦୦୦ରୁ ୬୦୦୦ ଭାରି ଯାନ ଏହି ୨୬ ନମ୍ବର ଜାତୀୟ ରାଜପଥ ଦେଇ ଛତିଶଗଡକୁ ଯାଉଥିଲା। ତେବେ କିଛିମାସ ତଳେ କୋରାପୁଟ ପୌରପାଳିକା ପକ୍ଷରୁ କୋରାପୁଟ ଟ୍ରାଫିକ ଛକ ନିକଟରେ ଏକ ବୋର୍ଡ ମରାଯାଇଥିଲା। ଓଡ଼ିଆ, ଇଂରାଜି ଓ ହିନ୍ଦି ଭାଷାରେ ଏକ ବୋର୍ଡ ମରାଯାଇଥିଲା। ଦର୍ଶାଯାଇଥିଲା ଯେ ବୋରିଗୁମ୍ମା, ନବରଙ୍ଗପୁର, ଜଗଦ୍ଦଲପୁର ଏବଂ ରାୟପୁରକୁ ରାସ୍ତା ବୋଲି ଦର୍ଶାଯାଇଥିଲା। ତେବେ ଗୋଟିଏ ରାଜ୍ୟର ସଡକରେ କିପରି ବାଇପାସ ବୋଲି ଦର୍ଶାଗଲା। ଏବେ ଉଭୟଙ୍କୁ ବୀମା ମିଳିବା ନେଇ ସମସ୍ୟା ଦେଖାଯିବା ସହ ଯେଉଁ ଅକାଳରେ ଜୀବନ ଦିପ ଲିଭିଥିବା ଦୁଇ ଶ୍ରମିକଙ୍କୁ କୌଣସି ସରକାରୀ ସୁବିଧା ମିଳିବ ନାହିଁ ବୋଲି ଏକ ପ୍ରକାର ସୁନିଶ୍ଚିନ୍ତ। କାହିଁକି ନା ଜାତୀୟ ରାଜପଥରେ ଅଘଟଣ ଘଟିଲେ ବୀମା ମିଳିବାକୁ ରହିଥିବାବେଳେ ରାଜ୍ୟ ସଡକରେ ଏହା ଘଟିଥିଲେ ବୀମା ମିଳିବ ନାହିଁ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର