ଭାରସାମ୍ୟ ହରାଇ ଗଛରେ ପିଟିଲା ବୋଲେରୋ; ୨ ମୃତ, ୪ ଗୁରୁତର

କାମାକ୍ଷାନଗର :ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଡୋଲିଆ ନିକଟରେ ଗତକାଲି ସନ୍ଧ୍ୟା ୬ଟାରେ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିବାରୁ ଘଟଣାସ୍ଥଳରେ ୨ଜଣଙ୍କର ମୃତ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇ ୧୦୮ ଆମ୍ବୁଲାନ୍ସ ରେ କାମାକ୍ଷାନଗର ଉପଖଣ୍ଡ ମେଡ଼ିକାଲରେ ଭର୍ତି କରାଯାଇଛି । ଅନୁଗୁଳ ଜିଲ୍ଲା ସମଲ ଥାନା ନଙ୍ଗଳଖୋଲ ଗାଁର ଲୋକମାନେ ଝିଅକୁ ଶାଶୁ ଘର ବାମ ଗାଁକୁ ଛାଡି ଆସିଥିଲେ ଆଉ ଫେରିବା ବେଳକୁ ଘଟିଥିଲା ଏଭଳି ଦୁର୍ଘଟଣା ଘଟିଛି । ମୃତକ ଦୁଇଜଣ ହେଲେ ବିମଳା ଦାସ (୪୫ବର୍ଷ) ଓ ଘ।ଉରୀ ଦାସ (୪୫ବର୍ଷ) । ଗୁରୁତରମାନେ ହେଲେ ଚେମିଣି ବେହେରା (୫୦ବର୍ଷ),ସଂପ୍ରଦ। ପ୍ରଧାନ (୫୨ବର୍ଷ),ହ।ରା ଦାସ (୪୦ବର୍ଷ),ଗୁରୁତର ଚାଳକ ରଞ୍ଜନ ପରିଡା (୩୦ବର୍ଷ)।

ସମ୍ବନ୍ଧିତ ଖବର