ଟାଙ୍ଗୀ ବାଇପାସ୍ ନିକଟରେ ସଡ଼କ ଦୁର୍ଘଟଣା, ଜଣେ ଗୁରୁତର

ଭୁବନେଶ୍ବର : ୧୬ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବାଇପାସ୍ ନିକଟରେ ଗତ ବିଳମ୍ବିତ ରାତିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ହୋଇଛି । ଏକ ଯାତ୍ରୀବାହୀ ବସ ସହ ଏକ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟକ୍ତି ଜଣକ ହେଉଛନ୍ତି ଉକ୍ତ ଟ୍ରକର ଚାଳକ । ୧୬ ନଂ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଚାଲୁଥିବାରୁ  ଗୋଟିଏ ପଟ ରାସ୍ତାରେ ଗାଡ଼ି ଚଳାଚଳ କରୁଛି । ଏଥିପାଇଁ ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ଦୁର୍ଘଟଣା ଘଟାଇଥିବା ବସଟି ଓଡିଶାର ଶ୍ରମିକ ମାନଙ୍କୁ ଘରେ ଛାଡି  ତାମିଲନାଡୁ ଫେରୁଥିଲା । ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଜଣକ ଟ୍ରକର କ୍ୟାବିନ୍ ଭିତରେ ଦୀର୍ଘ ସମୟ ପର୍ଯ୍ୟନ୍ତ  ଫସି ରହିଥିଲେ । ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ଏହି ଦୁର୍ଘଟଣା ଯୋଗୁଁ  ଦୀର୍ଘ ସମୟ ଧରି ଉକ୍ତ ରାସ୍ତାରେ ଶହ ଶହ  ଗାଡ଼ି ମୋଟର ଅଟକି ରହିଥିଲା । ଉଭୟ ବସ ଓ ଟ୍ରକକୁ ଜବତ କରି ତଦନ୍ତ ଚଳାଇଛି ଟାଙ୍ଗୀ ପୁଲିସ ।

ସମ୍ବନ୍ଧିତ ଖବର