ପୁଅ ହେବା ଖୁସିରେ ଘରକୁ ଫେରୁଥିଲେ, ବାଟରେ ହେଲା ଦୁର୍ଘଟଣା 

ଭଞ୍ଜନଗର: ପୁଅ ହେବା ଖୁସିରେ ଘରକୁ ଫେରୁଥିବା ବେଳେ ବାଟରେ ଦୁର୍ଘଟଣା। ପୁଅ ହେବା ଖୁସିରେ ଘରକୁ ଫେରୁଥିଲେ। ହେଲେ ରାସ୍ତାରେ ଅନ୍ୟ ମନସ୍କ ହେବାରୁ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହେଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ଭଞ୍ଜନଗର ଥାନା ଅଧୀନ ଶ୍ରୀରାମ ନଗର ନିକଟରେ। ଆହତ ବ୍ୟକ୍ତି ଭୁବନେଶ୍ବରର ଶିଶିର କୁମାର ମହାପାତ୍ର(୪୨) ବୋଲି ଜଣାପପଡ଼ିଛି।

ସୂଚନା ମୁତାବକ, ଭୁବନେଶ୍ବରର ଶିଶିର କୁମାର ମହାପାତ୍ର(୪୨)ଙ୍କ ଭଞ୍ଜନଗର ମେଡିକାଲରେ ଗୋଟିଏ ଶିଶୁପୁତ୍ର ଜନ୍ମ ହୋଇଥିଲା। ଆଜି ପତ୍ନୀ ଓ ପୁଅକୁ ଆମ୍ବୁଲାନ୍ସରେ ପ୍ରଥମେ ପଠାଇ ନିଜେ ଏକ ମଟରସାଇକଲରେ ନିଜ ଶ୍ବଶୁର ଘର ବଦାଙ୍ଗୀ ଫେରୁଥିଲେ। ଏହି ସମୟରେ ଶ୍ରୀରାମ ନଗରଠାରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଛିଟିକି ପଡିଥିଲେଶିଶିର । ଏହା ଫଳରେ ତାଙ୍କର ବାମ ଗୋଡରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ଘଟଣା ଘଟିବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ନିଆଯାଇ ଏବେ ମେଡିକାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର